ପୁରୀ ଜଗନ୍ନାଥବଲ୍ଲଭ ମଲ୍ଟିଲେବଲ କାର୍‌ ପାର୍କିଂରୁ ତଳକୁ ଖସିଲା ବୋଲୋରୋ

ପୁରୀ ଜଗନ୍ନାଥବଲ୍ଲଭ ମଲ୍ଟିଲେବଲ କାର୍‌ ପାର୍କିଂରୁ ତଳକୁ ଖସିପଡ଼ିଛି ଏକ ବୋଲେରୋ। ଭାରସାମ୍ୟ ହରାଇ ଓଡି ୦୧ ଏସି ୪୫୧୬ ନମ୍ବର ବିଶିଷ୍ଟ ବୋଲେରୋଟି ଗୋଟିଏ ମହଲାରୁ ତଳକୁ ଖସିପଡ଼ିଛି । ଫଳରେ ଡ୍ରାଇଭର ଗୁରୁତର ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପୁରୀ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ତେବେ ଗୁରୁତର ଥିବା ଡ୍ରାଇଭର ଜଣକ ଭଦ୍ରକ ବାଲେଶ୍ଵରର ସଞ୍ଜୟ ସେଠୀ ।

ସୂଚନାଯୋଗ୍ୟ, ସଞ୍ଜୟ ଗାଡ଼ିକୁ ପଛକୁ ପାର୍କିଂ କରୁଥିବା ବେଳେ ଭାରସାମ୍ୟ ହାରାଇ ଗାଡ଼ି ତଳକୁ ପଡ଼ି ଯାଇଥିବା ସୂଚନା ମିଳିଛି । ଅପରପକ୍ଷରେ ବଲ୍ଲଭ ମଲ୍ଟି ଲେବଲ କାର୍ ପାର୍କିଂରେ ସୁରକ୍ଷା ପ୍ରତି ଦୃଷ୍ଟି ଦିଆ ଯାଇ ନ ଥିବା ମଧ୍ୟ ସାଧାରଣରେ ଅଭିଯୋଗ ହେଉଛି। ପ୍ରତ୍ୟେକ ଦିନ ହଜାର ହଜାର ଗାଡ଼ି ପାକିଁ ପାଇଁ ଆସୁଥିଲେ ମଧ୍ୟ ଅନେକ ସମସ୍ୟା ଭୋଗୁଛିନ୍ତି । ମାତ୍ର ପ୍ରଶାସନ ପକ୍ଷରୁ ଏଥିପ୍ରତି ଧ୍ୟାନ ଦେଉ ନ ଥିବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

Bolero skidded off the Puri Jagannathballav multilevel car parking lot
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+