ପ୍ରବଳ ଗ୍ରୀଷ୍ମ ପ୍ରବାହ: ବଦଳିଲା ସକାଳୁଆ ସ୍କୁଲ ସମୟ
Odisha School News: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି, ଯେଉଁଥି ପାଇଁ ଅସ୍ତବ୍ୟସ୍ତ ଜନଜୀବନ । ପାଣିପାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଆଗାମୀ ୩ ଦିନ ପରେ ରାଜ୍ୟର ପାଗ ବଦଳିବ । ସେପଟେ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସମସ୍ତ ସ୍କୁଲକୁ ସକାଳୁଆ କରିବାକୁ ଏପ୍ରିଲ୍ ୨ରେ ନିର୍ଦ୍ଦେଶ ଦେଇଥିଲେ । ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ପର୍ଯ୍ୟନ୍ତ ସକାଳ ୭ଟାରୁ ଦିନ ୧୧ଟା୩୦ ପର୍ଯ୍ୟନ୍ତ ସ୍କୁଲ ହେଉଛି । ସେହିପରି ସମସ୍ତ ଅଙ୍ଗନବାଡ଼ି ମଧ୍ୟ ସକାଳୁଆ ହେଉଛି ।
ଅନ୍ୟପଟେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ବଲାଙ୍ଗିର ଜିଲ୍ଲାରେ ସକାଳୁଆ ସ୍କୁଲ ହେଉଛି, ହେଲେ ଏଥିରେ ସମାନ୍ୟ ସମୟର ପରିବର୍ତ୍ତନ କରାଯିବା ନେଇ ସୂଚନା ରହିଛି । ଏଣିକି ସମସ୍ତ ସ୍କୁଲ ୭ ଟା ବଦଳରେ ଏଣିକି ସକାଳ ୬ଟାରୁ ଆରମ୍ଭ ହୋଇ ୧୦ଟା ୩୦ ପର୍ଯ୍ୟନ୍ତ ସ୍କୁଲ ଖୋଲାଯିବାର ନିଷ୍ପତ୍ତି ନିଆଯାଇଛି । ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି ।

ସୂଚନାଥାଉ ଯେ, ମାର୍ଚ୍ଚ ୪ ତାରିଖ ଦିନ ବଲାଙ୍ଗିର ସହରର ତାପମାତ୍ରା ୪୧.୫ ଡିଗ୍ରୀ ସେଲସିଏସ ରେକର୍ଡ କରାଯାଇଥିଲା । ସେହିପରି ମାର୍ଚ୍ଚ ୩ ତାରିଖ ମଙ୍ଗଳବାର ଦିନ ସହରର ସର୍ବୋଚ୍ଚ ତାପମାତ୍ରା ୪୧ ଡିଗ୍ରୀ ସେଲସିଏସ୍ ରେକର୍ଡ କରାଯାଇଥିଲା । ତେବେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications