ତାତିରେ ନାହିଁ ବ୍ରେକ୍, ୪୩ ଡିଗ୍ରୀ ଉପରେ ୮ ସହରର ତାପମାତ୍ରା
ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ଅଂଚଳରେ କାଳବୈଶାଖୀ ଓ ସାମାନ୍ୟ ବର୍ଷା କାରଣରୁ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିଥିଲେ ମଧ୍ୟ ଗ୍ରୀଷ୍ମ ପ୍ରବାହ ରହିଛି ଜାରି । ଆଜି ରାଜ୍ୟର ବଲାଙ୍ଗୀର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ସେଠାରେ ତାପମାତ୍ରା ୪୫ ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି । ସେହିପରି ରାଜ୍ୟର ୨୯ଟି ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିଥିଲା ।
ଭୁବନେଶ୍ୱର ଓ କଟକରେ ମଧ୍ୟ ତାପମାତ୍ରା ହ୍ରାସ ପାଇଛି । ରାଜ୍ୟରେ ଅନେକ ସ୍ଥାନରେ ଦିନ ତାପମାତ୍ରାରେ ୩ ରୁ ୪ ଡ଼ିଗ୍ରି ଯାଏଁ ହ୍ରାସ ଘଟିବ ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆଗାମୀ ୨ଦିନ ପରେ ଉପକୂଳରେ ହିଟ-ୱେବରେ ବ୍ରେକ ଲାଗିପାରେ । ଆସନ୍ତା ୬ ତାରିଖ ପରେ ରାଜ୍ୟରୁ ଗ୍ରୀଷ୍ମ ପ୍ରବାହରେ ବ୍ରେକ ଲାଗିବା ସମ୍ଭାବନା ରହିଛି ।

ଗୁରୁବାର ରେକର୍ଡ ତାପମାତ୍ରା ଅନୁଯାୟୀ, ବଲାଙ୍ଗୀର ୪୫, ଅନୁଗୁଳ ୪୪.୭, ନୂଆପଡ଼ା ୪୪.୬, ତାଳଚେର ଓ ଟିଟିଲାଗଡ଼ ୪୪.୫, ଭୁବନେଶ୍ୱର ୩୯, କଟକ ୩୮.୬ ଡିଗ୍ରୀ ରେକର୍ଡ ହୋଇଛି । ସେପଟେ ଦିନ ସାଢ଼େ ୨ଟା ସୁଦ୍ଧା ଝାରସୁଗୁଡ଼ା ୪୨.୬, ସମ୍ବଲପୁର ୪୨.୩, କେନ୍ଦୁଝର ୪୨, ହୀରାକୁଦ ୪୧.୮ ରାଉରକେଲା ୪୧.୮, ବାଲେଶ୍ୱର ଓ ଚାନ୍ଦବାଲି ୪୧.୨, ପୁରୀ ୩୩.୬, ପାରାଦୀପ ୩୩.୫, ଗୋପାଳପୁର ୩୨.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା ।












Click it and Unblock the Notifications