Body Weight: ବୟସ ଅନୁସାରେ ଶରୀର ଓଜନ କେତେ ରହିବା ଉଚିତ?

Weight Age Chart: ଶରୀରର ସୁସ୍ଥତା ମାପକାଠି ତ ଅନେକ । ତଥାପି ଖାଦ୍ୟପେୟ ଏବଂ ବ୍ୟାୟାମ ପ୍ରତି ବିଶେଷ ଦୃଷ୍ଟି ଦିଆଯାଇଥାଏ । ଯାହା ଫଳରେ କି ଶରୀର ସୁସ୍ଥ ରହିପାରିବେ ।

ଅନେକ ଅଛନ୍ତି ଯେଉଁମାନେ ଶରୀର ପ୍ରତି ହେୟ ଜ୍ଞାନ କରିଦିଅନ୍ତି । ଆଉ ସବୁଠୁ ବଡ କଥା ହେଉଛି ଏଥିପାଇଁ ଓଜନ ମଧ୍ୟ ବଢିଥାଏ ।

ଖାଦ୍ୟପେୟରେ ଅନିୟମିତତା ତଥା ଜୀବନଶୈଳୀରେ ପରିବର୍ତ୍ତନ କାରଣରୁ ବୟସ ଅନୁସାରେ ଓଜନ ଭିନ୍ନ ରହିଥାଏ । ଯେଉଁଥି ପାଇଁ କି ବିଭିନ୍ନ ପ୍ରକାରର ରୋଗ ତଥା ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ ।

ତେବେ ବୟସ ଅନୁସାରେ ଶରୀର ଓଜନ କେତେ ରହିବା ଉଚିତ? ଏଥି ନେଇ କଣ କୁହନ୍ତି ବିଶେଷଜ୍ଞ? ଜାଣନ୍ତୁ ବୟସ ଅନୁସାରେ କେତେ ଓଜନ ରହିବା ଉଚିତ ।

ବିଶେଷଜ୍ଞଙ୍କ ମତରେ ୧ ରୁ ୨ ବର୍ଷର ଶିଶୁଙ୍କ ଓଜନ ୯.୫ ରୁ ୧୨ କେଜି ମଧ୍ୟରେ ରହିବା ଉଚିତ ।

Body Weight

ସେହିଭଳି ୨ ରୁ ୪ ବର୍ଷ ବୟସର ଶିଶୁଙ୍କ ଓଜନ ୧୨ କେଜି ରୁ ୧୫ କେଜି ମଧ୍ୟରେ ରହିବା ଉଚିତ ବୋଲି ବିଶେଷଜ୍ଞଙ୍କ ମତ ।

୪ ରୁ ୬ ବର୍ଷ ଶିଶୁଙ୍କ ଓଜନ ସର୍ବନିମ୍ନ ୧୫.୪ ଓ ସର୍ବାଧିକ ୨୦ କେଜି ମଧ୍ୟରେ ରହିବା ଜରୁରୀ । ନଚେତ୍ ସମସ୍ୟା ଦେଖାଦେବ ।

ସେହିଭଳି ୮ ରୁ ୧୦ ବର୍ଷ ବୟସର ପିଲାଙ୍କ ଓଜନ ୨୫.୫ କେଜି ରୁ ୩୧.୯ କେଜି ରହିବା ଆବଶ୍ୟକ ।

୧୦ ରୁ ୧୨ ବର୍ଷ ବୟସର ପିଲାଙ୍କ ଓଜନ ୩୨ କେଜି ରୁ ୪୧.୫ କେଜି ମଧ୍ୟରେ ରହିବା ସ୍ବାସ୍ଥ୍ୟ ପାଇଁ ଭଲ ବୋଲି ବିଶେଷଜ୍ଞମାନେ କହିଥାନ୍ତି ।

ବିଶେଷଜ୍ଞଙ୍କ ମତରେ ୧୨ ରୁ ୧୪ ବର୍ଷ ବୟସ ପିଲାଙ୍କ ଓଜନ ୪୨ କେଜିରୁ ୪୭.୬ କେଜି ମଧ୍ୟରେ ରହିବା ଆବଶ୍ୟକ ।

ସେହିଭଳି ୧୪ ରୁ ୧୬ ବର୍ଷର ପିଲାଙ୍କ ଓଜନ ୪୫ କିଲୋଗ୍ରାମରୁ ୫୩ କିଲୋଗ୍ରାମ ମଧ୍ୟ ରହିବା ଭଲ ।

୧୬ ରୁ ୧୮ ବର୍ଷ ବୟସ ପିଲାଙ୍କ ଓଜନ ୫୩ କେଜିରୁ ୫୬.୭ କେଜି ଓ ୧୮ ରୁ ୨୦ ବର୍ଷ ବୟସ୍କଙ୍କ ଓଜନ ୫୬ କେଜିରୁ ୫୮ କେଜି ମଧ୍ୟରେ ରହିବା ଉଚିତ ବୋଲି ଡାକ୍ତର ପରାମର୍ଶ ଦେଇଥାନ୍ତି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+