ପୁରୁଷୋତ୍ତମ ଏକ୍ସପ୍ରେସରୁ ମିଳିଲା ଯୁବକଙ୍କ ମୃତଦେହ
ଟ୍ରେନ୍ ଭିତରେ ଯୁବକଙ୍କ ମୃତ ଦେହ ଠାବ ହୋଇଛି । ପୁରୁଷୋତ୍ତମ ଏକ୍ସପ୍ରେସରୁ ମିଳିଲା ଶବ । ପାସେଞ୍ଜର ବଗିର ଶୌଚାଳୟରୁ ମିଳିଲା ମୃତଦେହ । ଭୁବନେଶ୍ବର ଷ୍ଟେସନରୁ ଶବକୁ ଉଦ୍ଧାର କରିଛି GRP ପୋଲିସ । ଟ୍ରେନ୍ ସଫା କରିବା ବେଳେ ସଫେଇ କର୍ମଚାରୀ ଶବ ଦେଖି ରେଲବାଇ ପୋଲିସ ତଥା GRP କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଂଚି ଆରମ୍ଭ କରିଛି ପଂଚନାମା । ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ ହୋଇଛି । ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ । ମୃତ ଯୁବକଙ୍କର ବୟସ ପାଖାପାଖି ୩୦ ବର୍ଷ ହେବା ନେଇ ଅନୁମାନ କରାଯାଉଛି ।













Click it and Unblock the Notifications