ଖୋର୍ଦ୍ଧା ତାପଙ୍ଗ ଖଣି ପାଣିରୁ ମିଳିଲା ଓମ୍ ପ୍ରକାଶଙ୍କ ମୃତଦେହ; ୫ ଦିନ ପରେ ଆଜି ଖଣି ପାଣିରେ ଭାସିଲା ମୃତଦେହ
ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ ଖଣି ପାଣିରୁ ମିଳିଲା ଓମ୍ ପ୍ରକାଶଙ୍କ ମୃତଦେହ । ୫ ଦିନ ପରେ ଆଜି ସକାଳେ ଖଣି ପାଣିରେ ଭାସିଲା ମୃତଦେହ। ଓମ୍ ପ୍ରକାଶ ରଥଙ୍କ ମୃତଦେହକୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ । ସୋମବାର ରିଲ୍ସ କରିବା ବେଳେ ପାଣିରେ ଖସିପଡ଼ିଥିଲେ ଯୁବକ।
ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ଜୋରଦାର ପ୍ରୟାସ ଚାଲିଥିଲା । ଉଦ୍ଧାରରେ ରାଉରକେଲା NITର ସ୍ବତନ୍ତ୍ର ରୋବୋଟ୍ ସାମିଲ୍ ହୋଇଥିଲା ।
ଖୋର୍ଦ୍ଧା ତାପଙ୍ଗ ଖଣିରେ ନିଖୋଜ ଯୁବକଙ୍କ ଖୋଜା ଚାଲିଥିଲା । ଖଣି ଅଞ୍ଚଳରେ ପୋଖରୀରେ ବୁଡି ଯାଇଥିବା ଯୁବକଙ୍କ ପତ୍ତା ମିଳୁନାହିଁ। ଏବେ ସୁଦ୍ଧା ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ସର୍ଚ୍ଚ ଅପରେସନ ଚାଲିଛି । ଓଡ଼ିଶାର ଲଦାଖ ଭାବରେ ପରିଚିତ ତାପଙ୍ଗ ଖଣି ଅଂଚଳ ଉଦ୍ଧାରରେ ସାମିଲକୁ ଗତକାଲି ୪ଜଣ ସାଙ୍ଗ ବୁଲିବାକୁ ଯାଇଥିଲେ। ସେଲ୍ଫି ନେଉନେଉ ଖସିଯିବାରୁ ଦୁଇ ଯୁବକ ପାଣିରେ ଭସି ଯାଇଥିଲେ, ଜଣକୁ ଉଦ୍ଧାର କରାଯାଇ ଥିବା ବେଳେ ଅନ୍ୟ ଜଣେ ଏବେ ବି ନିଖୋଜ ରହିଛନ୍ତି। ତାଙ୍କୁ ଖୋଜିବା ପାଇଁ ସ୍କୁବା ଡ୍ରାଇଭର ନିୟୋଜିତ ହୋଇଛନ୍ତି ।

ମୃତ ଯୁବକ ଜଣଙ୍କ ନାମ ଓମ୍ ପ୍ରକାଶ ରଥ। ଭୁବନେଶ୍ୱରର ଏକ ସପିଂ ମଲ ନିକଟରୁ ଏକ ଅଟୋରେ ସାଙ୍ଗମାନେ ତାପଙ୍ଗ ଯାଇଥିଲେ । ଅଟୋ ଡ୍ରାଇଭରଙ୍କ ବାରଣ ସତ୍ୱେ ଫଟୋ ଉଠାଇବା ପାଇଁ ଖଣି ଅଂଚଳର ଗଭୀର ପୋଖରୀ ନିକଟକୁ ଯାଇଥିଲେ । ଫଟୋ ଉଠାଉଥିବା ବେଳେ ଜଣେ ପୋଖରୀର ପାଣିକୁ ଖସି ପଡିଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଓମ୍ ପ୍ରକାଶ ତଳକୁ ଖସି ପଡିଥିଲେ ।
ଅଗ୍ନିଶମ ବିଭାଗ, ଓଡ୍ରାଫ୍, ନାଭାଲ ଟିମ୍ ଓ ସ୍କୁବା ଡାଇଭର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ ମଧ୍ୟ ଓମଙ୍କୁ ଉଦ୍ଧାର କରାଯାଇ ପାରି ନଥିଲା। ପରେ କ୍ୟାମେରା ଓ ରୋବଟ୍ ମଧ୍ୟ ଓମଙ୍କୁ ଖୋଜିବାରେ ବିଫଳ ହୋଇଥିଲା। ଆଜି ୫ ଦିନ ପରେ ଓମଙ୍କ ମୃତଦେହ ମିଳିଛି। ତାପଙ୍ଗର ଏହି ଖଣି ଅଞ୍ଚଳ ପାହାଡ଼ ଓ ନୀଳ ଜଳରାଶି ପାଇଁ ଲଦାଖର ଭ୍ରମ ସୃଷ୍ଟି କରୁଛି। ତେଣୁ ଅନେକ ଲୋକ ଏଠାରେ ଭିଡ଼ ଜମାଉଛନ୍ତି। ପାଣିରେ ବୁଡ଼ି କିଛି ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ଏହାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ତଥାପି କିଛି ପର୍ଯ୍ୟଟକ ଏଠାକୁ ବୁଲି ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହେଉଥିବା କୁହାଯାଉଛି।












Click it and Unblock the Notifications