୬ ଦିନ ପରେ ଦାଣ୍ଡରୁ ଅପହୃତା ନାବାଳିକାର ମୃତଦେହ ଉଦ୍ଧାର
ଭଦ୍ରକ ଜିଲ୍ଲା ରାଧାନାଥପୁର ଗ୍ରାମରେ ଗତ ଶନିବାର ସନ୍ଧ୍ୟାରେ ଘର ଆଗରୁ ନିଖୋଜ ନାବାଳିକାଙ୍କ ମୃତଦେହ ନିକଟ କୋଷ୍ଟ କେନାଲରୁ ଉଦ୍ଧାର ହୋଇଛି । ବୁଧବାର ପୂର୍ବାଞ୍ଚଳ DIG ପିନାକ ମିଶ୍ର ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ । ଗୁରୁବାର ଭଦ୍ରକ ଓଡ୍ରାଫ୍ ଓ ବାସୁଦେବପୁର ଦମକଳ ବାହିନୀ ଟିମ୍ ପହଞ୍ଚି କୋଷ୍ଟ କେନାଲରେ ଖୋଜାଖୋଜି କରିଥିଲେ । ଶବକୁ ପାଣିରେ ଥିବା ଘାସ ଭିତରେ ପଡ଼ିଥିବା ପାଇଥିଲେ । ହେଲେ ମୃତ ନାବାଳିକା ପଚି ନଥିବାରୁ ଗତ ଦୁଇ ଦିନ ପୂର୍ବରୁ ହତ୍ୟା କରି କେହି ପକାଇଥିବା ସନ୍ଦେହ ହୋଇଛି । ଘଟଣାସ୍ଥଳରେ ପୋଲିସ ପ୍ରଶାସନ ପହଞ୍ଚି ତଦନ୍ତ ଜାରି ରଖିଛି ।













Click it and Unblock the Notifications