ବିରୂପା ନଦୀରୁ ମିଳିଲା ମୃତଦେହ, ଗତ କାଲି ଭାରସାମ୍ୟ ହରାଇ ନଦୀକୁ ଖସିପଡ଼ିଥିଲା କାର୍

ଗୋଟେ ରାତି ଅକ୍ଲାନ୍ତ ପରିଶ୍ରମ ପରେ ମିଳିଲା ମୃତଦେହ। ସର୍ଚ୍ଚ ଅପରେସନ ପରେ କଟକ ବିରୂପା ନଦୀରୁ ମୃତଦେହ ଉଦ୍ଧାର ହୋଇଛି। କାଲି ଦୁର୍ଘଟଣା ପରେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର କରଯାଇଛି। ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ଦ୍ବାରା ମୃତଦେହ ଉଦ୍ଧାର। କାଲି ଭାରସାମ୍ୟ ହରାଇ ବିରୂପା ନଦୀକୁ ଖସିପଡ଼ିଥିଲା କାର୍। ଜଗତପୁର ପଣ୍ଡାସାହି ନିକଟରେ ଖସିପଡ଼ିଥିଲା କାର୍।

car accident

ଜଗତପୁରର ପଣ୍ତାସାହି ନିକଟରେ ଭାରସାମ୍ୟ ହରାଇ ବିରୂପା ନଦୀକୁ ଖସିପଡ଼ିଥିଲା ଚଳନ୍ତା କାର୍ । ସୂଚନାଯୋଗ୍ୟ ଭୁବନେଶ୍ଵରରୁ କଟକ ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ ନଦୀକୁ ଖସି ପଡିଥିଲା । କାର୍ ଭିତରେ ୨ ଜଣ ଥିବା ପ୍ରାଥମିକ ସୂଚନା ମିଳିଥିଲା । ସ୍ଥାନୀୟ ଲୋକ ଦେଖିବା ପରେ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଙ୍କୁ ସୂଚନା ଦେଇଥିଲେ। ସ୍ଥାନୀୟ ଲୋକ ଜଣଙ୍କୁ ଉଦ୍ଧାର କରିଥିଲେ ।

ଖବର ପାଇ ଘଟଣା ସ୍ଥଳରେ ପୁଲିସ ଓ ଅଗ୍ନିଶମ କର୍ମଚାରୀ , ସ୍କୁବା ଡ୍ରାଇଭର ପହଞ୍ଚିଥିଲେ। ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ କର୍ମଚାରୀ , ସ୍କୁବା ଡ୍ରାଇଭର କର୍ମଚାରୀ ମାନଙ୍କୁ ନିୟୋଜିତ ହୋଇଥିଲେ । ନଦୀ ଭିତରେ କାର୍‌କୁ ଉଦ୍ଧାର କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+