ନଦୀରେ ଭାସୁଛି ୭୦ରୁ ଊର୍ଦ୍ଧ୍ବ ମଇଁଷିଙ୍କ ମୃତଦେହ, କିପରି ମୃତ୍ୟୁ ଅସ୍ପଷ୍ଟ

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ରବିବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗୋଟିଏ ପଟରୁ ଆରପଟକୁ ଯିବା ବେଳେ ନଦୀରେ ୭୩ଟି ମଇଁଷିଙ୍କ ମୃତ୍ୟୁ ଘଟିଛି। ଏକକାଳୀନ ଏତେ ସଂଖ୍ୟାରେ ମଇଁଷିଙ୍କର ମୃତ୍ୟୁ ପରେ ତିନି ଜଣ ଚାଷୀ ବେସାହାରା ହୋଇଯାଇଛନ୍ତି।

Bodies

ସୂଚନା ଅନୁସାରେ ଆଳି ଥାନା ଏକମାଣିଆ ଗାଁ ନିକଟ ଦେଇ ପ୍ରବାହିତ ହେଉଥିବା ନଦୀରେ ଆଜି ସକାଳୁ ୭୩ଟି ମଇଁଷିଙ୍କ ଏକକାଳୀନ ମୃତ୍ୟୁ ଘଟିଛି। ବ୍ରାହ୍ମଣୀ ନଦୀର ଶାଖା 'ଗଳିଆ' କୂଳରେ ୮୮ଟି ମଇଁଷି ଥିଲେ। ଆଜି ସକାଳୁ ମଇଁଷିମାନଙ୍କୁ ଚରିବା ପାଇଁ ଖୋଲି ଦିଆଯାଇଥିଲା। ଘାସ ଚରିଚରି ମଇଁଷିମାନେ ଆଗକୁ ବଢ଼ିଥିଲେ। ଏହା ପରେ ମଇଁଷିମାନେ ଏହି ନଦୀରେ ପଶିଥିଲେ। ନଦୀଟି ଗହିରିଆ ଓ ଅଣଓସାରିଆ ଥିବାରୁ ମଇଁଷିମାନେ ଛନ୍ଦାଛନ୍ଦି ହୋଇ ଏକକାଳୀନ ମୃତ୍ୟୁ ଘଟିଛି। ସୌଭାଗ୍ୟବଶତଃ ୧୫ଟି ମଇଁଷି ବର୍ତ୍ତିଯାଇଛନ୍ତି।

ଏକାକଳୀନ ୭୩ଟି ମଇଁଷିର ମୃତ୍ୟୁ ପରେ ତିନିଜଣ ଚାଷୀ ଭାଙ୍ଗିପଡ଼ିଛନ୍ତି। ପରିବାର କେମିତି ଚଳିବ? ପିଲାମାନେ କେମିତି ବଢ଼ିବେ ସେନେଇ ଚିନ୍ତାରେ ପଡ଼ିଯାଇଛନ୍ତି। କାରଣ ଗୋଟିଏ ମଇଁଷି ଦିନକୁ ପାଖାପାଖି ୧୦ଲିଟିର କ୍ଷୀର ଦେଇଥାଏ। ଗଣେଶ ଦାସଙ୍କ ୪୦ଟି ମଇଁଷିଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୫ରୁ ଊର୍ଦ୍ଧ୍ବ କ୍ଷୀର ଦେଉଥିଲେ। ଏହି ଅଘଟଣ ଯୋଗୁଁ ସେ ବ୍ୟାପକ କ୍ଷତି ସହିଛନ୍ତି।
କୁହାଯାଉଛି ଯେ, ଏକାମାଣିଆ ଗାଁର ଗଣେଶ ଦାସଙ୍କ ୪୦ଟି ଜଗନ୍ନାଥ ଦାସଙ୍କର ୧୭ଟି ଓ ପାଗଳା ବିଶ୍ବାଳଙ୍କର ୧୬ଟି ମଇଁଷିଙ୍କର ମୃତ୍ୟୁ ଘଟିଛି। ମଇଁଷିମାନଙ୍କର ମୃଦହେହ ଉଦ୍ଧାର କରାଯାଇଛି। ଅପରପକ୍ଷେ ଜଗନ୍ନାଥ ଦାସଙ୍କର ୩ଟି ଓ ପାଗଳା ବିଶ୍ବାଳଙ୍କର ୧୨ଟି ମଇଁଷି ବଞ୍ଚିଛନ୍ତି। ରାଜ୍ୟରେ ଏହିଭଳି ଅଘଟଣ ପ୍ରଥମ ଥର ଘଟିଛି ବୋଲି ମଧ୍ୟ କୁହାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+