ଭୁବନେଶ୍ୱରରେ ପହଞ୍ଚିଲା କୁଏତ ଅଗ୍ନିକାଣ୍ତରେ ମୃତ ୨ ଓଡ଼ିଶାଙ୍କ ପାର୍ଥିବ ଶରୀର
ଭୁବନେଶ୍ୱର: କୁଏତ ଅଗ୍ନିକାଣ୍ତ ଘଟଣା । ଭୁବନେଶ୍ୱରରେ ପହଞ୍ଚିଲା କୁଏତ ଅଗ୍ନିକାଣ୍ତରେ ମୃତ ୨ ଓଡ଼ିଶାଙ୍କ ମରଶରୀର । ସ୍ୱତନ୍ତ୍ର ବିମାନ ଯୋଗେ ଦୁଇ ଜଣଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ଅଣଯାଇଛି । ଅଗ୍ନିକାଣ୍ତରେ ମୃତ ଦୁଇ ଓଡ଼ିଆ ହେଲେ ମହମ୍ମଦ ଜହୁର ସେ କଟକ କରଡାପଲ୍ଲି ତିଗିରିଆ ବାସିନ୍ଦା ଏବଂ ଗଞ୍ଜାମ ପୁରୁଷୋତ୍ତମପୁରର ରଣଧାଲ ବାସିନ୍ଦା ସନ୍ତୋଷ ଗୌଡ଼ ।
ଆଜି ବାୟୁସେମାର ଏକ ସ୍ୱତନ୍ତ୍ର ବିମାନରେ ଦୁଇ ଓଡ଼ିଆଙ୍କ ପ୍ରାର୍ଥିବ ଶରୀର ଭୁବନେଶ୍ୱର ଅଣଯାଇଥିଲା । ମୃତ ଦେହ ପହଞ୍ଚିବା ପରେ ପାର୍ଥିକ ଶୀରରକୁ ମାଲ୍ୟାର୍ପଣ କରିବା ପାଇଁ ବିମାନ ବନ୍ଦରରେ ପହଞ୍ଚିଥିଲେ ରାଜ୍ୟରେ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେପିକ ଅନ୍ୟ ବରିଷ୍ଠ ନେତା ।

ଭୁବନେଶ୍ୱରରୁ ଦୁଇ ଜଣଙ୍କ ମର ଶରୀରକୁ ସେମାନଙ୍କ ଗାଁକୁ ପଠାଯିବ । ତେବେ ଗତକାଲି ବାୟୁସେନାର ହର୍କ୍ୟୁଲସ୍ ବିମାନରେ ୪୫ ଜଣଙ୍କ ମୃତ ଦେହକୁ କୁଏତରୁ ଭାରତ ଅଣାଯାଇଥିଲା ଯାହା କୋଚି ବିମାନ ବନ୍ଦରରେ ପ୍ରଥେମ ପହଁଞ୍ଚିଥିଲା।












Click it and Unblock the Notifications