ବବିଙ୍କ କ୍ୱାର୍ଟର୍ସ ଦେଖିବା ପରେ ଜିଏ ଅଧିକାରୀଙ୍କ ବଡ଼ ସୂଚନା; ନିର୍ମାଣ ପାଇଁ ଅନୁମତି ନ ଥିଲେ ହେବ କାର୍ଯ୍ୟାନୁଷ୍ଠାନ

ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ କ୍ୱାର୍ଟର୍ସ ଦେଖିବା ପରେ ଜିଏ ଅଧିକାରୀ ବଡ଼ ସୂଚନା ଦେଇଛନ୍ତି । ଜିଏ ଅଧିକାରୀ କହିଛନ୍ତି ଯେ, ନିର୍ମାଣ ପାଇଁ ଅନୁମତି ନ ଥିଲେ କାର୍ଯ୍ୟାନୁଷ୍ଠାନ ହେବ। ମୂଳ କ୍ୱାର୍ଟର୍ସ ଯାହା ଯେମିତି ଥିଲା, ସେମିତି ରହିଛି । ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ଜିଏ ଅଧିକାରୀ ବୁଲିକି ସବୁ ଦେଖିଛନ୍ତି ।

ତେବେ ସେ ଆହୁରି କହିଛନ୍ତି ଯେ, ପ୍ରାୟ ୨ ହଜାର ବର୍ଗଫୁଟର ଷ୍ଟିଲ ଷ୍ଟ୍ରକଚର ନିର୍ମାଣ କରାଯାଇଛି । ନିର୍ମାଣ କରାଯାଇଥିବା ଏହି ଷ୍ଟ୍ରକଚର ଦୁଇଟି ଭଙ୍ଗାଯାଇଛି । ଏ ନିର୍ମାଣ ପାଇଁ ଅନୁମତି ଦିଆଯାଇଥିଲା କି ନାହିଁ ତଦନ୍ତ ହେବ । ଯଦି ନିର୍ମାଣ ବେଆଇନ ହୋଇଥିବ, ତା' ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଏ ଅଧିକାରୀ କହିଛନ୍ତି।

Bobby das quarters

ବବିଙ୍କ କ୍ୱାର୍ଟର୍ସ ଭିତରେ ନିର୍ମାଣ ଭଙ୍ଗାକୁ ନେଇ ବିବାଦ ଦେଖାଦେଇଛି । କାହିଁକି ନିର୍ମାଣ ହୋଇଥିଲା ଏବଂ କାହିଁକି ଭଙ୍ଗାଯାଉଛି, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ସେପଟେ ପ୍ରଣବ ଭୁବନେଶ୍ୱରସ୍ଥିତ ତାଙ୍କ ସରକାରୀ କ୍ୱାର୍ଟରରେ ଉଚ୍ଛେଦ କାର୍ଯ୍ୟକୁ ନେଇ ମୁହଁ ଖୋଲିଛନ୍ତି । କହିଥିଲେ ବିନା ଯାଞ୍ଚରେ ଖବର ପ୍ରସାରଣ କରୁଥିବା ଗଣମାଧ୍ୟମ ଚ୍ୟାନେଲଗୁଡ଼ିକୁ ସମାଲୋଚନା କରି ସେ ସ୍ପଷ୍ଟ କରିଛନ୍ତି ଯେ ଉପଯୁକ୍ତ ନିୟମ ଓ ପ୍ରକ୍ରିୟା ଅନୁଯାୟୀ ଉଚ୍ଛେଦ କାର୍ଯ୍ୟ ନିଜେ କରାଯାଉଛି । ସେ କହିଛନ୍ତି, "ମୁଁ ଗଣମାଧ୍ୟମରେ ଏକ ଖବର ପ୍ରସାରିତ ହେଉଛି ଯେ କିଛି ଲୋକ ମୋ କ୍ୱାର୍ଟରରେ ଜୋରଜବରଦସ୍ତ ଉଚ୍ଛେଦ କାର୍ଯ୍ୟ କରୁଛନ୍ତି ।

ସେମାନେ ଜାଣିବା ଉଚିତ ଯେ ୨୦୨୪ ଜୁଲାଇ ୧୫ ପର୍ଯ୍ୟନ୍ତ କ୍ୱାର୍ଟରଟି ମୋ ପାଖରେ ଅଛି । ଜୁଲାଇ ୪ ସୁଦ୍ଧା କ୍ୱାର୍ଟର ଖାଲି କରିବାକୁ ନୋଟିସ୍ ଆସିଛି। ଏ ନେଇ ମୁଁ ଜିଏ ବିଭାଗ ସହ କଥା ହୋଇଛି ।" ଠିକ୍ ସମୟରେ ଖାଲି କରିଦେବି ବୋଲି ଟିଭି ଚ୍ୟାନେଲରେ ସରକାରୀ କ୍ୱାର୍ଟର ଉଚ୍ଛେଦ ନେଇ ଖବର ପ୍ରକାଶ ପାଇବା ପରେ ଶ୍ରୀ ଦାସ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+