ମଝି ଚିଲିକାରେ ଫସିଲା ଡଙ୍ଗା: ବନ୍ଦ ହେଲା ବାଲୁଗାଁରୁ ଡଙ୍ଗା ଚଳାଚଳ
ମଝି ଚିଲିକାରେ ଫସିଲା ଡଙ୍ଗା, ବନ୍ଦ ହେଲା ବାଲୁଗାଁରୁ ଡଙ୍ଗା ଚଳାଚଳ
ଚିଲିକା: ଘନ କୁହୁଡି଼ ପାଇଁ ମଝି ଚିଲିକାରେ ଫସିଲା ଡଙ୍ଗା । ଡଙ୍ଗାରେ ଫସି ରହିଥିଲେ ୨୦ରୁ ଅଧିକ ପର୍ଯ୍ୟଟକ । ଆଜି ମକର ଯାତ୍ରା ଦେଖିବା ପାଇଁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦଗଡ଼ରୁ ମା'କାଳୀଜାଇଙ୍କ ଦର୍ଶନ କରିବା ପାଇଁ ଯାଇଥିଲେ ଭକ୍ତ । ଘନ କୁହୁଡି ପାଇଁ ଦିଗହରା ହୋଇ ଚିଲିକା ମଝିରେ ଫଶି ଯାଇଥିଲା ଡଙ୍ଗା । ତେବେ ଆଜି ଚିଲିକାରେ ୪ଟି ଡଙ୍ଗା ଫସି ଯାଇଥିବା ନେଇ ସୂଚନା ରହିଛି । କୁହୁଡି କମିବା ପରେ ସମସ୍ତ ଯାତ୍ରୀ ସୁରକ୍ଷିତ କୂଳରେ ପହଁଚିଛନ୍ତି ।

ସେପଟେ ସାମୟିକ ଭାବେ ବନ୍ଦ ହେଲା ବାଲୁଗାଁରୁ ଡଙ୍ଗା ଚଳାଚଳ । ପାଗ ପରିବର୍ତ୍ତନ ନ ହେବା ପର୍ଯ୍ୟନ୍ତ ଅର୍ଥାତ୍ କୁହୁଡି ନ କମିବା ଯାଏଁ ଚିଲିକାରେ ଡଙ୍ଗା ଚଳାଚଳ ଉପରେ କଟକଣା ଲାଗିଛି । ବାଲୁଗାଁରୁ ଚିଲିକା ଦେଇ କାଳିଜାଇ ଯାଉଥିବା ଡଙ୍ଗା ଚଳାଚଳ ଉପରେ ଲାଗିଲା କଟକଣା । ଏ ନେଇ ସୂଚନା ଦେଲେ ବାଲୁଗାଁ SDPO ।
ଆଜି ପ୍ରାୟ ସକାଳ ୧୦ ପର୍ଯ୍ୟନ୍ତ ଚିଲିକାରେ ଘନ କୁହୁଡି ଦେଖିବା ପାଇଁ ମିଳିଥିଲା । ଏପରି ସ୍ଥିତିରେ ମା'କାଳୀଜାଇଙ୍କ ଦର୍ଶନ କରିବା ପାଇଁ ଯାଇଥିବା ଭକ୍ତଙ୍କ ଡଙ୍ଗା ମଝି ଚିଲିକାରେ ଫସି ଯାଇଥିଲା । ଉଦ୍ଧାର କରିବା ପାଇଁ ଯାଇ ଓଡ୍ରାଫ୍ ଟିମର ବୋଟ୍ ମଧ୍ୟ ମଝି ଚିଲିକାରେ ହୋଇଥିଲା ବାଟବଣା । ଓଡ୍ରାଫ୍ ଟିମର ୮ ଜଣ ସଦସ୍ୟ ଚିଲିକା ମଝିରେ ଫସି ରହିଥିଲେ ।












Click it and Unblock the Notifications