ମହାନଦୀରେ ଡଙ୍ଗା ବୁଡ଼ିବା ଘଟଣା; ଜଣେ ମୃତ, ୭ ନିଖୋଜ, ଚାଲିଛି ରେସକ୍ୟୁ ଅପରେସନ
ମହାନଦୀରେ ଡଙ୍ଗା ବୁଡି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେବି ୭ ଜଣ ନିଖୋଜ ଅଛନ୍ତି । ଝାରସୁଗୁଡା ଲଖନପୁର ସ୍ଥିତ ଶରଧା ନିକଟ ମହାନଦୀରେ ଏଭଳି ଏକ ଦୁଃଖଦ ଅଘଟଣ ଘଟିଛି ।
ସୂଚନା ଅନୁସାରେ, ଡଙ୍ଗାରେ ପାଖାପାଖି ୫୦ଜଣ ଯାତ୍ରୀ ଥିବାବେଳେ ଡଙ୍ଗାଟି ବୁଡି ଯାଇଥିଲା । ତେବେ ସ୍ଥାନୀୟ ମତ୍ସ୍ୟଜୀବୀ ପ୍ରାୟ ୪୦ଜଣଙ୍କୁ ଉଦ୍ଧାର କରିଛନ୍ତି । ହେଲେ, ଦୁର୍ଭାଗ୍ୟବସତଃ ଜଣଙ୍କର ମୃତ୍ୟୁ ହୋଇଛି । ଆଉ ୬ ଜଣ ନିଖୋଜ ଅଛନ୍ତି । ଏମାନେ ସମସ୍ତେ ଛତିଶଗଡ଼ ଖରସେନି ଅଞ୍ଚଳର । ବରଗଡ଼ ଅମ୍ବାଭୋନାର ପଥରସେନିରୁ ପିକନିକ୍ ସାରି ଡଙ୍ଗାରେ ଫେରୁଥିବା ବେଳେ ଘଟିଥିଲା ଏହି ଅଘଟଣ ।
୨ଟି ସର୍ଚ୍ଚ କ୍ୟାମେରା ସହାୟତାରେ ନିଖୋଜ ୭ ଜଣଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ୫ ଜଣ ସ୍କୁବା ଡାଇଭର । ଏହି ଅଘଟଣରେ କେବଳ ଜଣଙ୍କର ହିଁ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଝାରସୁଗୁଡ଼ା ଜିଲ୍ଲାପାଳ ।

ସମସ୍ତେ ଛତିଶଗଡ଼ ଖରସେନି ଅଞ୍ଚଳର । ବରଗଡ଼ ଅମ୍ବାଭୋନାର ପଥରସେନିରୁ ପିକନିକ୍ ସାରି ଡଙ୍ଗାରେ ଫେରୁଥିବା ବେଳେ ଘଟିଥିଲା ଏହି ଅଘଟଣ ଘଟିଛି । ଡଙ୍ଗାରେ ପ୍ରାୟ ୫୦ ରୁ ଅଧିକ ଯାତ୍ରୀ ଥିଲେ । ୪୩ ଜଣଙ୍କୁ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଉଦ୍ଧାର କରିଥିଲେ । ଡଙ୍ଗାରେ ଅନେକ ମହିଳା ଏବଂ ଶିଶୁ ଥିଲେ ।
ସେପଟେ ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ଛତିଶଗଡ଼ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ । ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ନିଖୋଜଙ୍କ ଶୀଘ୍ର ଉଦ୍ଧାର ପାଇଁ ପ୍ରାର୍ଥନା କରିଛନ୍ତି ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ସେହିପରି ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଇ ମଧ୍ୟ ସୋସିଆଲ୍ ମିଡ଼ିଆରେ ମୃତକଙ୍କ ଆତ୍ମାର ସଦଗତି କାମନା କରିବା ସହ ନିଖୋଜଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଥିବା କହିଛନ୍ତି ।
ଡଙ୍ଗାରେ ଅନେକ ମହିଳା ଏବଂ ଶିଶୁ ମଧ୍ୟ ଥିଲେ । ତେଣୁ ସେମାନଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇଥିବା କୁହାଯାଉଛି । ଘଟଣାସ୍ଥଳରେ ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଭୁବନେଶ୍ୱରରୁ ଏକ ସ୍କୁବା ଡାଇଭର ଟିମ୍ ଘଟଣାସ୍ଥଳକୁ ଯାଇଛନ୍ତି ।
କେମିତି ଏବଂ କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଲା, ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ । କୁହାଯାଉଛି, ଏହା ଏକ ପୁରୁଣା ଡଙ୍ଗା ଥିଲା । ତେଣୁ ଓଭରଲୋଡିଂ ଯୋଗୁଁ ହୁଏତ ବୁଡ଼ିଯାଇଛି । ଏପରିକି ଡଙ୍ଗାରେ କୌଣସି ଲାଇଫ୍ ଜାକେଟ୍ ବି ନଥିଲା ବୋଲି ସୂଚନା ମିଳିଛି । ଏହି ଅଘଟଣରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।












Click it and Unblock the Notifications