ମଝି ସମୁଦ୍ରରେ ଡଙ୍ଗାରେ ଲାଗିଲା ନିଆଁ, ୧୦ ମତ୍ସ୍ୟଜୀବୀ ଉଦ୍ଧାର

ମଝି ସମୁଦ୍ରରେ ଡଙ୍ଗାରେ ଲାଗିଲା ନିଆଁ, ୧୦ ମତ୍ସ୍ୟଜୀବୀ ଉଦ୍ଧାର

ଭଦ୍ରକ: ମଝି ସମୁଦ୍ରରେ ପୁଣି ଅଘଟଣ । ଆଜି ପୂର୍ବାହ୍ନରେ ମଝି ସମୁଦ୍ରରେ ଏକ ମାଛଧରା ବୋଟରେ ନିଆଁ ଲାଗିଯାଇଛି । ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ୧୦ ମତ୍ସ୍ୟଜୀବୀ । ଏପରି ଘଟଣା ଅବଦୁଲ୍‌ କଲାମ ହୁଇଲର ଦୀପ ନିକଟରେ ଘଟିଛି ।

ODISHA.FISHING BOAT

ସୂଚନା ଅନୁସାରେ ଭଦ୍ରକ ଜିଲ୍ଲା ଧାମରା ଦୋସିଙ୍ଗା ଗାଁର ସମରେଶ ପରିଡାଙ୍କ ବୋଟ୍‌ 'ମାଆ ପଦ୍ମାବତୀ'ରେ ଲାଗିଛି ନିଆ । ଯେଉଁଥିରେ ୧୦ଜଣ ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟକୁ ମାଛ ଧରିବା ପାଇଁ ଯାଇଥିଲେ । ଅବଦୁଲ୍‌ କଲାମ ହୁଇଲର ଦୀପ ନିକଟରେ ମାଛ ମାରୁଥିବା ସୟରେ ହଠାତ୍ ଡଙ୍ଗାରେରେ ଲାଗିଥିଲା ନିଆଁ । ମତ୍ସ୍ୟଜୀବୀମାନେ ତୁରନ୍ତ କୋଷ୍ଟଗାର୍ଡକୁ ସୂଚନା ଦେଇଥିଲେ । ଯାହାପରେ କୋଷ୍ଟଗାର୍ଡ ସେଠାରେ ପହଞ୍ଚି ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି କୂଳକୁ ଆଣିବାରେ ସଫଳ ହୋଥିଲେ । ଡଙ୍ଗାରେ ଥିବା ସମସ୍ତ ୧୦ ମତ୍ସ୍ୟଜୀବୀଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଥିଲା । ତେବେ ଏ ପର୍ଯ୍ୟନ୍ତ ବୋଟରେ ନିଆଁ ଲାଗିଲା କାରଣ ଅସ୍ପଷ୍ଟ ରହିଛି ।

ତେବେ ଏହା ପ୍ରଥମ ଘଟଣା ନୁହେଁ ପୂର୍ବରୁ ମଧ୍ୟ ଅନେକ ଥର ମାଛ ଧରା ଡଙ୍ଗାରେ ନିଆଁ ଲାଗିଥିବାର ସୂଚନା ରହିଛି । ଏପରି ବାରମ୍ବାର ଅଘଟଣ ମତ୍ସ୍ୟଜୀବୀ ମହଲରେ ଆଲୋଡ଼ନ ସୃ‌ଷ୍ଟି କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+