ସମୁଦ୍ରରେ ଓଲଟିଲା ବୋଟ୍; ଅଳ୍ପକେ ବର୍ତ୍ତିଲେ ୬ ମତ୍ସ୍ୟଜୀବୀ, ଜଣେ ନିଖୋଜ

ଗଞ୍ଜାମ ପୋଡମପେଟା ସମୁଦ୍ରରେ ଓଲଟିଲା ବୋଟ୍ । ଅଳ୍ପକେ ବର୍ତ୍ତିଲେ ୬ ମତ୍ସ୍ୟଜୀବୀ, ଜଣେ ନିଖୋଜ । ନିଖୋଜ ବ୍ୟକ୍ତି ଜଣକ ଛତ୍ରପୁର ବ୍ଲକ ନୋଳିଆ ନୁଆଁ ଗାଁର ଏଙ୍ଗ. କାଲେୟା । ନିଖୋଜଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ନୋଳିଆ ନୁଆଁ ଗାଁର ୭ଜଣ ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ସମୁଦ୍ରକୁ ଯାଇଥିଲେ । ମାଛ ମାରିବା ଫଳରେ ଉଚ୍ଚ ଜୁଆର ମାଡ଼ରେ ପୋଟମପେଟା ନିକଟରେ ଡ଼ଙ୍ଗାଟି ଓଲଟି ପଡ଼ିଥିଲା । ୬ଜଣ ମତ୍ସ୍ୟଜୀବୀ ସମୁଦ୍ର କୂଳକୁ ଆସିଥିବା ବେଳେ ଜଣେ ନିଖୋଜ ଅଛନ୍ତି। ଅଗ୍ନିଶମ ବାହିନୀ ଦ୍ବାରା ଘଟଣାସ୍ଥଳରେ ଖୋଜାଖୋଜି ଜାରି ରହିଛି ।

ସେହିପରି ୨୧ ତାରିଖରେ ମାଛ ଧରିବାକୁ ଯାଇ ସମୁଦ୍ରରେ ଫସି ଯାଇଥିଲେ ୪ ମତ୍ସ୍ୟଜୀବୀ । ଏକ ସପ୍ତାହ ପରେ ସମୁଦ୍ରରୁ ଫେରିଲେ ୪ଜଣ ମତ୍ସ୍ୟଜୀବୀ । ମାଛ ମାରୁଥିବା ସମୟରେ ପ୍ରବଳ ବେଗରେ ପବନ ବୋହିବା ଫଳରେ ବୋଟଟି ଓଲଟି ପଡିଥିଲା । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଚୂଡ଼ାମଣି ପଂଚାୟତରେ ।

Boat capsizes in the sea
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+