ମାଲକାନଗିରି 26 ଗାଁରେ ଲାଗୁ ହେଲା BNS163, ୪ ଦିନ ବନ୍ଦ ରହିବ ସ୍କୁଲ, ଜାଣନ୍ତୁ କାହିଁକି

ମାଲକାନଗିରି MV 26 ଗାଁରେ ଲାଗୁ ହେଲା BNS163 । ଗାଁ ରେ ୪ ଦିନ ବନ୍ଦ ରହିବ ସ୍କୁଲ । ଘଟଣା ସ୍ଥଳରେ ପହଞ୍ଚିଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ DIG । ଗାଁରେ ପୋଲିସ ଛାଉଣୀ ।

Malkangiri

ଗତକାଲି ମାଲକାନଗିରି ଜିଲ୍ଲା MV 26 ଗାଁରେ ଲଙ୍କାକାଣ୍ଡ ହୋଇଥିଲା । ରାଖାଲଗୁଡା ଓ MV 26 ଗାଁ ମଧ୍ୟରେ କିଛିଦିନ ଧରି ଚାଲିଥିବା ଉତ୍ତେଜନା ଜଳାପୋଡ଼ାର ରୂପ ନେଇଥିଲା । MV 26 ଗାଁରେ ଅନେକ ଲୋକଙ୍କ ଘର ଜାଳି ଦେଇଥିଲେ ଅପରପକ୍ଷ । ଗତକାଲିର ଘଟଣା ପରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । MV 26 ଗାଁରେ ପ୍ରାୟ ୨ ହଜାର ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ନଦୀରୁ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣାକୁ ନେଇ ଦୁଇ ଗାଁ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ଗୋଷ୍ଠୀ ସଂଘର୍ଷରେ ଗାଁର କାହା ଘରର ଝରକା ଭାଙ୍ଗିଛି ତ ଆଉ କାହାର ଅଜବେଷ୍ଟ ଭାଙ୍ଗିଛି । କିଛି ଘରେ ନିଆଁ ଲଗାଇ ଜାଳି ଦିଆଯାଇଛି । ଗାଡ଼ିମୋଟର ମଧ୍ୟ ପୋଡ଼ି ଦିଆଯାଇଛି । ପୋଲିସ ସାମ୍ନାରେ ହୋଇଥିଲା ଲଙ୍କାକାଣ୍ଡ । ଭୟରେ କିଛି ସମୟ ପାଇଁ ପୋଲିସ ମଧ୍ୟ ପଳାଇଥିଲା । ପରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । BSF ଯବାନ ମଧ୍ୟ ମୁତୟନ ହୋଇଛନ୍ତି । mv26ଗାଁ ଏବେ ଜନ ଶୂନ୍ୟ ପାଲଟିଛି । ଭୟରେ ଗାଁ ଛାଡ଼ି ପଳାଇଛନ୍ତି ଲୋକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+