ଏଣିକି ରାସ୍ତାରେ ଅଳିଆ ଫିଙ୍ଗିଲେ ଗଣିବେ ୫ ହଜାର ଫାଇନ୍
ସ୍ମାର୍ଟସିଟି ଭୁବନେଶ୍ୱରକୁ ଅଧିକ ପରିଷ୍କାର ରଖିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ । ଏଣିକି ରାସ୍ତାରେ ଅଳିଆ ଫିଙ୍ଗିଲେ ୫ ହଜାର ଫାଇନ୍ ଗଣିବେ ବୋଲି କମିଶନର କହିଛନ୍ତି ।
ଭୁବନେଶ୍ୱର: ସ୍ମାର୍ଟସିଟି ଭୁବନେଶ୍ୱରକୁ ଅଧିକ ପରିଷ୍କାର ରଖିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ । ଏଣିକି ରାସ୍ତାରେ ଅଳିଆ ଫିଙ୍ଗିଲେ ୫ ହଜାର ଫାଇନ୍ ଗଣିବେ ବୋଲି କମିଶନର କହିଛନ୍ତି ।

ରାଜଧାନୀର ଏକ ନମ୍ବର ହାଟରେ ବ୍ୟବସାୟୀଙ୍କୁ ବାରମ୍ବାର ସଚେତନ ଓ ପରାମର୍ଶ ପରେ ମଧ୍ୟ ସେମାନେ କିଛି ବି ଶୁଣୁ ନାହାନ୍ତି । ଏଠାରେ ପରିବା ବ୍ୟବସାୟ କରୁଥିବା ଦୋକାନୀମାନେ ଏଣେତେଣେ ଅଳିଆ ଫିଙ୍ଗୁଛନ୍ତି । ପଚାପରିବା ଓ ଚୋପା ସେମାନେ ରାସ୍ତାରେ ପିଙ୍ଗି ମାର୍କେଟକୁ ଅପରିଷ୍କାର କରୁଛନ୍ତି। ଏହି ଅଭ୍ୟାସକୁ ବଦଳାଇବା ପାଇଁ ଆଜି କମିଶନର ବ୍ୟବସାୟୀଙ୍କୁ ଜୋରିମାନାର ବ୍ୟବସ୍ଥା କରାଯାଇଛି । ଅଳିଆକୁ ଅଲଗା ଅଲଗା ନ ପକାଇଲେ ୫ ଶହ ଟଙ୍କା ଜରିମାନା ହେବ । ରାଜଧାନୀକୁ ପରିଷ୍କାର ରଖିବା ପାଇଁ ସମସ୍ତଙ୍କ ସହଯୋଗ ନିହାତି ଆବଶ୍ୟକ । ଏଥିପାଇଁ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି BMC କମିଶନର ବିଜୟ ଅମୃତ କୁଲାଙ୍ଗେ ।
ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି, "ଗତକାଲି ରାତି ପ୍ରାୟ ୧୦ଟାରୁ ୧ଟା ଯାଏ ମୁଁ ବିଭିନ୍ନ ମାର୍କେଟରେ ବୁଲୁଥିଲି । ଏହି ସମୟରେ ବ୍ୟବସାୟୀଙ୍କ ସବୁ ହରକତ ମୁଁ ଦେଖିବାକୁ ପାଇଥିଲି । ସେମାନେ ଦୋକାନ ବନ୍ଦ କରିବା ବେଳେ ସବୁ ଅଳିଆକୁ ପୂରା ରାସ୍ତା ଉପରେ ଆଣି ଅଜାଡ଼ି ଦେଉଛନ୍ତି । ପୂରା ମାର୍କେଟକୁ ଅପରିଷ୍କାର କରୁଛନ୍ତି । ୟୁନିଟ-୧ ମାର୍କେଟରେ ଆମେ ବାରମ୍ବାର ଅଳିଆ ଏଣେତେଣେ ନ ପକାଇବାକୁ ସଚେନତା କାର୍ଯ୍ୟକ୍ରମ କରିଥିଲୁ। ତଥାପି ସେମାନେ କିଛି ବି ଶୁଣୁ ନାହାନ୍ତି । ଯଦି ବ୍ୟବସାୟୀମାନେ ବିଏମସିକୁ ଅଳିଆ ଡଷ୍ଟବିନରେ ଦେବେ ନାହିଁ, ତା'ହେଲେ ଆମେ ମଧ୍ୟ ଅଳିଆ ଉଠାଇବୁ ନାହିଁ ।












Click it and Unblock the Notifications