Get Updates
Get notified of breaking news, exclusive insights, and must-see stories!

କୋଭିଡ୍ ସଂକ୍ରମଣ ଭୟ ! ରାଜଧାନୀବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲା ବିଏମସି

କରୋନାର ସଂକ୍ରମଣକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ଏହି ପରାମର୍ଶ ଦେଇଛନ୍ତି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ମାସ୍କ୍, ସାମାଜିକ ଦୂରତା ରକ୍ଷା କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ୱର: କରୋନାର ନୂଆ ଷ୍ଟ୍ରେନ ନେଇ ରାଜଧାନୀବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ବିଏମ୍‌ସି କମିଶନର । କରୋନାର ସଂକ୍ରମଣକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ଏହି ପରାମର୍ଶ ଦେଇଛନ୍ତି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ମାସ୍କ୍, ସାମାଜିକ ଦୂରତା ରକ୍ଷା କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

BMC

ଏହାବାଦ୍ ଲୋକଙ୍କୁ ସଚେତନ କରିବା ପାଇଁ ବିଏମସି ପକ୍ଷରୁ ପାଞ୍ଚଟି ସ୍କ୍ୱାଡ୍ ଗଠନ ହୋଇଥିବା ସେ କହିଛନ୍ତି । ସେହିପରି ଆଇ ଆର୍ ସି ଭିଲେଜ୍ ହାଇସ୍କୁଲରେ ଜଣେ ଶିକ୍ଷକ ପଜିଟିଭ ଆସିବା ପରେ ସଂପୃକ୍ତ ସ୍କୁଲକୁ ଦୁଇ ଦିନ ପାଇଁ ବନ୍ଦ କରାଯାଇଛି । ଯଦି କୌଣସି ଛାତ୍ରଛାତ୍ରୀ କିମ୍ବା ସହ ଶିକ୍ଷକ ଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଏ ତାହାଲେ ସେମାନଙ୍କର କୋଭିଡ୍ ପରୀକ୍ଷା କରାଯିବ । ଏହି ପରିସ୍ଥିତି ଉପରେ ବିଏମସି ନଜର ରଖିଛି ବୋଲି ପ୍ରେମଚନ୍ଦ୍ର କହିଛନ୍ତି ।

ଏଠାରେ ସୂଚନାଥାଉକି, ବଜାର, ସପିଂ ମଲ୍ ମନ୍ଦିର ନିକଟରେ ସକାଳେ ଓ ସନ୍ଧ୍ୟାରେ ମାଇକ୍ ଯୋଗେ କରୋନା ସଚେତନତା ନେଇ ପ୍ରଚାର କରାଯାଉଛି । ନିୟମ ଉଲଂଘନକାରୀ ଲୋକଙ୍କଠୁ ଫାଇନ ଆଦାୟ କରାଯାଉଛି । ଏଥିପାଇଁ କମିସନରେଟ ପୋଲିସ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ସ୍କ୍ୱାଡ ଗଠନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+