BMC ସହ ବ୍ୟବସାୟୀ ସଂଘର ଆଲୋଚନା ସଫଳ; କାଲିଠୁ ଖୋଲିବ ୟୁନିଟ୍-୧ ମାର୍କେଟ୍
Bhubaneswar 1 No Market Open: ବିବାଦ ତୁଟିଲା । କାଲିଠୁ ଖୋଲିବ ୟୁନିଟ୍-୧ ମାର୍କେଟ୍ । ସୂଚନା ଦେଲେ ୟୁନିଟ୍-୧ ମାର୍କେଟ ବ୍ୟବସାୟୀ ସଂଘ ସଭାପତି । BMC ସହ ବ୍ୟବସାୟୀ ସଂଘର ଆଲୋଚନା ସଫଳ ହୋଇଛି । ପାର୍କିଂ ସହ ଅନ୍ୟାନ୍ୟ ସମସ୍ୟା ଦୂର ପାଇଁ BMC ରାଜି ହୋଇଛି ।
ଭୁବନେଶ୍ୱର ୧ନଂ ହାଟର ସବୁ ଦୋକାନ ବନ୍ଦ ହୋଇଥିଲା । ଏ ନେଇ ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘର ନିଷ୍ପତ୍ତି । ୟୁନିଟ୍-୨ ମାର୍କେଟ ବିଲ୍ଡିଂ ପରେ ଏବେ ୧ ନମ୍ବର ହାଟରେ ମାର୍କେଟ ଆସୋସିଏଶନ୍ ଏବଂ ଭେଣ୍ଡିଂଜୋନ୍ ବ୍ୟବସାୟୀଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା।
ଦାବି ପୂରଣ ନହେବାରୁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିଲା । ପାର୍କିଂ, ଡ୍ରେନେଜ ବ୍ୟବସ୍ଥା ଓ ଜବରଦଖଲ ଉଚ୍ଛେଦ ପାଇଁ ଦାବି ହୋଇଥିଲା । ଗତ କିଛିଦିନ ହେବ ବିଏମ୍ସି ଏବଂ ଟ୍ରାଫିକ୍ ପୋଲିସ ପାର୍କିଂ ହୋଇଥିବା ଗାଡ଼ିିଗୁଡିକୁ ଉଠାଇ ନେଉଛି । ଜରିମାନା ଆକାରରେ ୧୨ଶହ କିମ୍ବା ତା'ଠାରୁ ଅଧିକ ଟଙ୍କା ନେଉଛନ୍ତି ।

ରାସ୍ତାରେ ପାର୍କିଂ ସମ୍ପୂର୍ଣ୍ଣ ବାରଣ ଥିବାରୁ ଗ୍ରାହକମାନେ ହାଟକୁ ଆସିବା ପସନ୍ଦ କରୁନାହାନ୍ତି । ପାର୍କିଂ ବିବାଦ କୁ ନେଇ ଉଭୟ ଦୋକାନୀ ଓ ଉଠା ଦୋକାନୀ ମୁହାଁ ମୁହିଁ ହୋଇଥିଲେ ।
ସୂଚନାଯୋଗ୍ୟ, ଗୁରୁବାର ଭେଣ୍ଡିଂଜୋନ୍ ବ୍ୟବସାୟୀମାନେ ରାସ୍ତାକୁ ଜବରଦଖଲ କରି ରଖିଥିବାରୁ ଏହାକୁ ଆସୋସିଏଶନ୍ର କେତେଜଣ ବ୍ୟବସାୟୀ ବାରଣ କରିଥିଲେ । ରାସ୍ତା ଛାଡ଼ି ବେପାର କରିବାକୁ ସେମାନେ କହିଥିଲେ । ଭେଣ୍ଡିଂଜୋନ୍ ବ୍ୟବସାୟୀମାନେ ତାଙ୍କୁ ଖରାପ ବ୍ୟବହାର କରିବା ସହ ଗାଳିଗୁଲଜ କରିଥିଲେ । ଯାହାକୁ ନେଇ ଦୁଇପକ୍ଷ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଉଭୟପକ୍ଷ ରାସ୍ତା ଉପରକୁ ଆସି କଥା କଟାକଟି ହୋଇଥିଲେ ।












Click it and Unblock the Notifications