ବ୍ରିଟେନ୍ ଫେରନ୍ତାକୁ ଖୋଜୁଛି ବିଏମସି : ପ୍ରତି ଜୋନରେ ବୁଲୁଛି ମେଡିକାଲ ଟିମ୍
ବ୍ରିଟେନ ଫେରନ୍ତା ନିଜ ଆଡୁ ସରକରାଙ୍କ ପାଖରେ ତଥ୍ୟ ରଖନ୍ତୁ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।
ଭୁବନେଶ୍ବର: ରାଜ୍ୟରେ ନୂଆ କରୋନା ଷ୍ଟ୍ରେନର ଭୟ । କାରଣ ଓଡିଶାକୁ ଫେରିଥିବା ବ୍ରିଟେନ ଫେରନ୍ତାଙ୍କ ପତ୍ତା ପାଉନାହାନ୍ତି ରାଜ୍ୟ ସରକାର । ତେଣୁ ବ୍ରିଟେନ ଫେରନ୍ତା ନିଜ ଆଡୁ ସରକରାଙ୍କ ପାଖରେ ତଥ୍ୟ ରଖନ୍ତୁ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।
କାରଣ ବ୍ରିଟେନରୁ ଫେରିଥିବା ବ୍ୟକ୍ତି ମାନେ ଦେଇଥିବା ଅନେକ ନମ୍ବର ଭୁଲ ଅଛି । ସେମାନଙ୍କ ଫୋନ ଲାଗୁ ନାହିଁ । 18ଟି ଜିଲ୍ଲାରୁ ଥିବା ବ୍ରିଟେନ ଫେରାନ୍ତା ମୁଖ୍ୟତଃ ଭୁବନେଶ୍ୱରର। ସେମାନଙ୍କୁ ଖୋଜିବାକୁ BMCର ଏକ ଟିମ ଆଜି ଯାଇଛନ୍ତି। ତେବେ ଭୟ କରିବାରେ କିଛି ନାହିଁ। ବ୍ରିଟେନ୍ରେ ଦେଖାଦେଇଥିବା ନୂଆ କରୋନା ଆକ୍ରାନ୍ତ କେସ୍ ଦ୍ୱାରା କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇନି। ତେଣୁ ଏଥିରେ ବିଚଳିତ ନହୋଇ ଏହାର ମୁକାବିଲା କରିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

ସେପଟେ ବ୍ରିଟେନ୍ ଫେରନ୍ତାଙ୍କୁ ନେଇ BMC କମିସନରଙ୍କ ସୂଚନା । ପ୍ରଥମ ପର୍ଯ୍ୟାୟରେ ୩ଜଣ ବ୍ରିଟେନ ଫେରନ୍ତା ପଜିଟିଭ ଚିହ୍ନଟ ହୋଇଥିଲେ । ଦ୍ବିତୀୟ ପର୍ଯ୍ୟାୟରେ ୫୦ରୁ ୬୦ ଜଣଙ୍କ ତାଲିକା ଦିଆଯାଇଥିଲା । ଭୁବନେଶ୍ବରର ପ୍ରତି ଜୋନ୍ ପାଇଁ ୨ଟି ଲେଖାଏଁ ଟିମ୍ କରାଯାଇଛି । କଣ୍ଟାକ୍ଟ ନମ୍ବର ଓ ଠିକଣାକୁ ଆଧାର କରି କଣ୍ଟାକ୍ଟ ଟ୍ରେସିଂ ଚାଲିଛି । ଆସନ୍ତାକାଲି ସୁଦ୍ଧା ବ୍ରିଟେନ ଫେରନ୍ତାଙ୍କ ସମସ୍ତ ତଥ୍ୟ ଜଣାପଡ଼ିବ ବୋଲି କହିଛନ୍ତି ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ।












Click it and Unblock the Notifications