କୋଭିଡ କଟଟଣାକୁ ଫୁ- ସିଲ୍ ହେଲେ ରାଜଧାନୀର ଏହି ମାର୍କେଟ୍
ରାଜଧାନୀ ୟୁନିଟ-୧ ହାଟକୁ ଆଜି ସିଲ୍ କରିଛି ବିଏମସି । ୟୁନିଟ-୧ ହାଟକୁ ବିଏମସି ଆସନ୍ତା ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ସିଲ କରିଥିବା ସୂଚନା ମିଳିଛି ।
ଭୁବନେଶ୍ୱର: ରାଜଧାନୀ ୟୁନିଟ-୧ ହାଟକୁ ଆଜି ସିଲ୍ କରିଛି ବିଏମସି । ୟୁନିଟ-୧ ହାଟକୁ ବିଏମସି ଆସନ୍ତା ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ସିଲ କରିଥିବା ସୂଚନା ମିଳିଛି । କୋଭିଡ ନିୟମ ଉଲ୍ଲଂଘନ ନେଇ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଏମସି । ଉଭୟ ହୋଲସେଲ ଓ ରିଟେଲ ବ୍ୟବସାୟୀଙ୍କ ପାଇଁ ବନ୍ଦ ରହିବ । କୋଭିଡ ସଂକ୍ରମଣ ବଢ଼ିବା ଆଶଙ୍କାରେ ବିଏମସି ପକ୍ଷରୁ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି ।

ଆସନ୍ତାକାଲିଠାରୁ ୨ ଦିନିଆ ସଟଡାଉନ ଥିବାରୁ ଆଜି ହାଟରେ ପ୍ରବଳ ଗହଳି ଲାଗିଥିଲା । ଆଂଶିକ ଲକଡାଉନ ଯୋଗୁଁ ଏବେ ହାଟରେ କାରବାର ଦିନ ୧ଟା ଯାଏ ଚାଲୁଛି। ହେଲେ ଆଜି ହାଟରେ ପ୍ରବଳ ଗହଳି ହୋଇଥିବା ଦେଖିବାକୁ ମିଳିଥିଲା । ଏପରିକି ସାମାଜିକ ଦୂରତା, ମାସ୍କ ପିନ୍ଧିବା ଭଳି କରୋନା ନିୟମାବଳୀର ଉଲ୍ଲଂଘନ ହେଉଥିବା ନଜରକୁ ଆସିଥିଲା । ପ୍ରବଳ ଜନ ଗହଳି ଯୋଗୁଁ କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା ଥିବାରୁ ହାଟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।












Click it and Unblock the Notifications