ପ୍ରତି ଘରେ ଲାଗିବ କ୍ୟୁଆର୍ କୋଡ୍, ଅଳିଆ ଗାଡ଼ି ଟ୍ରାକ୍ କରିବ ‘ସଫା ଆପ୍’

ଅଳିଆ ଗାଡ଼ି ଟ୍ରାକ୍ କରିବ ‘ସଫା ଆପ୍’ । ରାଜଧାନୀର ପ୍ରତି ଘରେ ଲାଗିବ କ୍ୟୁଆର୍ କୋଡ୍ । ବିଏମସି ପକ୍ଷରୁ ଟ୍ରାଏଲ ରନରେ ଆରମ୍ଭ ହେଲା ‘ସଫା’ ଆପ୍‍ ।

ଭୁବନେଶ୍ବର: ଅଳିଆ ଗାଡ଼ି ଟ୍ରାକ୍ କରିବ 'ସଫା ଆପ୍' । ରାଜଧାନୀର ପ୍ରତି ଘରେ ଲାଗିବ କ୍ୟୁଆର୍ କୋଡ୍ । ବିଏମସି ପକ୍ଷରୁ ଟ୍ରାଏଲ ରନରେ ଆରମ୍ଭ ହେଲା 'ସଫା' ଆପ୍‍ । ସ୍ଵଛତା ଅଭିଯାନକୁ ଅଧିକ ବ୍ୟବସ୍ଥିତ ଓ କ୍ରିୟାଶୀଳ କରିବ ଏହି ଆପ । ପୂର୍ବରୁ ଅଳିଆ ଗାଡି ବା ମୁଁ ସଫେଇବାଲା ଗାଡିକୁ ଟ୍ରାକିଂ କରିବ ଜିପିଏସ ।

Sapha App

ପ୍ରଥମେ ବିଏମସି ୱାର୍ଡ ନମ୍ବର 40 ଅଧୀନ ୟୁନିଟ-1 ସରକାରୀ କଲୋନୀରୁ ପରୀକ୍ଷାମୂଳକ ଭାବେ ଏହି ସଫା ଆପ୍ ଡେମୋ ଆରମ୍ଭ ହୋଇଛି । ପର୍ଯ୍ୟାୟକ୍ରମେ ଭୁବନେଶ୍ୱରର ସହରରେ ସବୁ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଲାଗିବ ସଫା ଆପ୍ କ୍ୟୁ-ଆର୍ କୋଡ ।
ଏହି ଆପ୍ ଯୋଗେ ଲୋକେ ବିଏମସି ବିଭିନ୍ନ ସେବା ସମ୍ପର୍କିତ ତଥ୍ୟ ସଂଗ୍ରହ କରିବା ସହ ଅଭିଯୋଗ ମଧ୍ୟ କରିପାରିବେ । ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତିରେ ସଫା ଆପ୍‌ର ଡେମୋ ଆରମ୍ଭ ହୋଇଛି ।

ବିଏମସି ପକ୍ଷରୁ କରାଯାଇଥିବା 'ସଫା' ଆପ୍‍ ରେ 'କ୍ଲିକ୍‍ ଫର କ୍ଲିନ୍‍' ଥିମ୍‍ ରହିଛି। ଏହି ଆପ୍‍ ରେ ଲୋକମାନେ ସେସ୍‍ପୁଲ୍‍ ଗାଡ଼ି ବୁକ୍‍ କରିପାରିବାର ବ୍ୟବସ୍ଥା ରହିଛି। ଯେଉଁମାନେ ବିବାହ ବ୍ରତ ଉତ୍ସବ ଆଦି କରୁଛନ୍ତି, ସେମାନେ ଆପ୍‍ ଦ୍ୱାରା ବିଏମସିର ସଫେଇ ଗାଡ଼ି ବୁକ୍‍ କରିପାରିବେ। ଅନେକ ସ୍ଥାନରେ ଲୋକମାନେ ନିଜର ନିର୍ମାଣ ଓ ଭଗ୍ନାବଶେଷ ବର୍ଜ୍ୟ ବାହାରକୁ ନେବା ପାଇଁ ହଇରାଣ ହେଉଛନ୍ତି। ଏହି ଆପ୍‍ ସାହାଯ୍ୟରେ ସେମାନେ ଗାଡ଼ି ବୁକିଂ କରି ଅର୍ଥ ପୈଠ କରିପାରିବେ। ଏହି ବ୍ୟବସ୍ଥା ସହିତ ସଫେଇ ସମ୍ପର୍କିତ ସବୁ ପ୍ରକାର ସୁବିଧା ଏଥିରେ ଉପଲବ୍ଧ କରାଯିବ ବୋଲି ଜଣାପଡ଼ିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+