ଆନ୍ଦୋଳନ ପ୍ରତ୍ୟାହାର କଲେ ସଫେଇ କର୍ମଚାରୀ; ମେୟରଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ବର: ଆନ୍ଦୋଳନ ପ୍ରତ୍ୟାହାର କଲେ ସଫେଇ କର୍ମଚାରୀ । ମେୟରଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ କଲେ ସଫେଇ କର୍ମଚାରୀ । ୨ ଦିନରେ ଦାବି ପୂରଣ ନହେଲେ ପୁଣି ଆନ୍ଦୋଳନ ଚେତାବନୀ । ଦରମା ବୃଦ୍ଧି ସହ ୨ ଦଫା ଦାବିରେ ଆନ୍ଦୋଳନ କରିଥିଲେ ।

ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ହଟିଛି । ମେୟରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ହଟିଛନ୍ତି ଆନ୍ଦୋଳନରେ ବସିଥିବା ସଫେଇ କର୍ମଚାରୀ । ତେବେ ଆନ୍ଦୋଳନ ହେବା ପରେ ମେୟରଙ୍କ ବାସଭବନରେ ବୈଠକ ବସିଥିଲା । ଆଉ ଏହି ବୈଠକରେ ଆଲୋଚନା ସଫଳ ହେଇଥିବା ସଫେଇ ସଂଘର ସମ୍ପାଦକ କହିଛନ୍ତି ।

ତେବେ ୨ ଦିନ ମଧ୍ୟରେ ଦାବି ପୂରଣ ନହେଲେ ପୁଣି ଆନ୍ଦୋଳନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଅଳିଆ ପୃଥକୀକରଣ ପାଇଁ ୧୫ ଦିନ ସମୟ ନେଇଛି ବିଏମସି ।

BMC strike in Bhubaneswar

ତେବେ ଦରମା ବୃଦ୍ଧି ସହ ୨ ଦଫା ଦାବିରେ ଆନ୍ଦୋଳନ କରିଥିଲେ ସଫେଇ କର୍ମଚାରୀ । ୧୫ ହଜାର ଟଙ୍କା ଦରମା ଦାବି କରିଥିଲେ ସଫେଇ କର୍ମଚାରୀ ।

ଆଲୋଚନା ସଫଳ ହୋଇଥିବା ମେୟର ସୁଲୋଚନା ଦାସ ସୂଚନା ଦେବା ସହ ସେମାନଙ୍କ ଦାବି ପୂରଣ ପାଇଁ ବିଏମସି ୩ଦିନ ସମୟ ମାଗିଥିବା କହିଥିଲେ । ୩ଦିନ ମଧ୍ୟରେ ସରକାର ବର୍ଦ୍ଧିତ ଦରମା ନେଇ ଘୋଷଣା କରିବେ ବୋଲି କହିଥିଲେ । ତେବେ ଆଜି ସକାଳୁ ପୁଣି ଆଲୋଚନା ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+