ରାଜଧାନୀ ଘର ମାଲିକମାନେ ହୋଇ ଯାଆନ୍ତୁ ସାବଧାନ, ରହିବା ଘରେ ବ୍ୟବସାୟ କରୁଥିଲେ ହେବ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ରାଜଧାନୀର ଘର ମାଲିକ ସାବଧାନ୍ ! ବାସସ୍ଥାନ ଉଦ୍ଦେଶ୍ୟରେ ଘର କରି ତାକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କଲେ ଘର ମାଲିକ ଗଣିବେ ତଣ୍ଡ । ସହରିଆଙ୍କୁ ତାଗିଦ୍ କରିବା ପାଇଁ ବିଏମସି ଅଭଳି କଡା ଆଭିମୁଖ୍ୟ ଗ୍ରହଣ କରିଛି ।

ହୋଲଡିଂ ଟିକସ ଏବଂ ଟ୍ରେଡ ଲାଇସେନ୍ସ ସମୟ ଅନୁସାରେ ପୈଠ କରିବା ପାଇଁ କମିଶନରଙ୍କ ପକ୍ଷରୁ ସ୍ମାର୍ଟ ସିଟି ବାସିନ୍ଦାଙ୍କୁ ଅନୁରୋଧ କରାଯାଇଛି । ବାସ ଉଦ୍ଦେଶ୍ୟରେ ଘର କରି ବହୁ ଲୋକ ସେଠାରେ ବ୍ୟବସାୟ କରୁଥିବା ନଜିର ରହିଛି । ଯାହାକି ଅନୁଚିତ ବୋଲି ବିଏମସି କମିଶନର କହିଛନ୍ତି । ଘର ମାଲିକମାନେ ଭୁବନେଶ୍ୱର ଡଟ୍ ମି ଆପ୍ ମାଧ୍ୟମରେ ତାହାକୁ ପୁନଃ ପରିବର୍ତ୍ତନ କରି ସଠିକ୍ ଟ୍ୟାକ୍ସ ପୈଠ କରନ୍ତୁ । ନଚେତ୍ ଆଗକୁ ବିଏମସି ଏନେଇ କଡା କାର୍ଯ୍ୟାନୁଷ୍ଠାନ ନେବ ।

BMC

ଅନ୍ୟପଟେ ଏଣିକି ପ୍ରତି ଶନିବାର ୱାର୍ଡମାନଙ୍କରେ ହେବ ରାଜସ୍ୱ ଦିନ । ପ୍ରତି ଶନିବାରକୁ ରାଜସ୍ୱ ଦିବସ ଭାବରେ ପାଳନ କରିବ ବିଏମସି । କର୍ପୋରେଟରଙ୍କ ସହଯୋଗରେ ପ୍ରତି ୱାର୍ଡରେ ଏହି ଦିବସ କ୍ୟାମ୍ପେନ ଭଳି ପାଳନ କରାଯିବ । ବର୍ତ୍ତମାନ ସମୟରେ କିଭଳି ଟ୍ୟାକ୍ସ ପୈଠ କରିବେ ଅନେକ ଲୋକଙ୍କର ସମସ୍ୟା ରହୁଛି । ଅନଲାଇନ୍‌ରେ ଘରେ ବସି କିଭଳି ଟ୍ୟାକ୍ସ ଦେଇପାରିବେ ସେନେଇ ଲୋକମାନଙ୍କୁ ବିଏମସି ଅଧିକ ସଚେତନ କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+