କରୋନା ପାଇଁ ବଡିଲା ଚିନ୍ତା, ଭୁବନେଶ୍ୱରରେ ୨୫ଟି କେନ୍ଦ୍ରରେ ହେବ କୋଭିଡ ଟେଷ୍ଟ

ଆଜି ଭୁବନେଶ୍ୱରରେ ୨୫ଟି UPHC/UCHCରେ କୋଭିଡ୍ ଟେଷ୍ଟ ବ୍ୟବସ୍ଥା କରାଯାଇଛି । ସକାଳ ୯ଟାରୁ ୧୧ଟା ୩୦ ଓ ସନ୍ଧ୍ୟା ୫ଟାରୁ ୭ଟା ପର୍ଯ୍ୟନ୍ତ ଟେଷ୍ଟ କରାଯିବ। କ୍ୟାପିଟାଲ ହସ୍ପିଟାଲ୍‌ରେ ସକାଳ ୮ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଟେଷ୍ଟିଂ କରାଯିବ।

ଭୁବନେଶ୍ୱର: ରାଜ୍ୟରେ ବଢୁଛି ଦୈନିକ ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ ମାସ୍କ ବାଧ୍ୟତାମୂଳକ କରାଯାଇଥିବା ବେଳେ ଆଜି ଟେଷ୍ଟିଂ ଓ ଟ୍ରାକିଂକୁ ଜୋରଦାର କରାଯାଇଛି। ଆଜି ଭୁବନେଶ୍ୱରରେ ୨୫ଟି UPHC/UCHC ରେ କୋଭିଡ୍ ଟେଷ୍ଟ ବ୍ୟବସ୍ଥା କରାଯାଇଛି ।

coronavirus

ସକାଳ ୯ଟାରୁ ୧୧ଟା ୩୦ ଓ ସନ୍ଧ୍ୟା ୫ଟାରୁ ୭ଟା ପର୍ଯ୍ୟନ୍ତ ଟେଷ୍ଟ କରାଯିବ। କ୍ୟାପିଟାଲ ହସ୍ପିଟାଲ୍‌ରେ ସକାଳ ୮ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଟେଷ୍ଟିଂ କରାଯିବ। ଲୋକେ ବିନାମୂଲ୍ୟରେ ଏହାର ସୁବିଧା ନେଇପାରିବେ। କୋଭିଡ୍ ଟେଷ୍ଟ ନେଇ ସ୍ୱାସ୍ଥ୍ୟ କେନ୍ଦ୍ର ତାଲିକା ପ୍ରକାଶ କରିଛି BMC। ଯେଉଁମାନଙ୍କ ଠାରେ କରୋନା ସଂକ୍ରମଣ ଲକ୍ଷଣ ରହିଛି ସେମାନେ ଟେଷ୍ଟ କରାଇ ନେବାକୁ ପରାମର୍ଶ ଜାରି କରାଯାଇଛି ।

ସୂଚନାଥାଉକି, ଆଜି ଦୈନିକି ସଂକ୍ରମଣ ରେଖା ସିଧା ତିନି ଶହ ପାର୍ କରିଛି । ଗତ ୨୪ ଘଣ୍ଟାରେ ୩୪୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସଂଗରୋଧରୁ ୨୦୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଆକ୍ରାନ୍ତ ୧୪୪ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୪୯ ଜଣ ପଜିଟିଭ ରହିଛନ୍ତି। ଖୋର୍ଦ୍ଧରୁ ସର୍ବାଧିକ ୧୮୯ ଓ କଟକରୁ ୫୧ ଜଣ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ମୋଟ ସକ୍ରିୟ ମାମଲା ୧୩୧୦କୁ ବୃଦ୍ଧି ପାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+