ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ ବିଏମ୍ସି ପକ୍ଷରୁ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲରୁମ
ଆଜି ଅପରାହ୍ଣ ୪ଟାରେ ବାଜିବ ଏୟାର ରେଡ ସାଇରନ୍। ସିଭିଲ ଡିଫେନ୍ସ ମକଡ୍ରିଲ ହେବ। ସେପଟେ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ ବିଏମ୍ସି ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲରୁମ ଖୋଲାଯାଇଛି। ସିଭିଲ ଡିଫେନ୍ସର ମକଡ୍ରିଲ୍ ପାଇଁ ଏହା କାମ କରିବ।

ବିଏମ୍ସି କାର୍ଯ୍ୟାଳୟରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକାରୀ କରିବା ସହ ୧୯୨୯ରେ ଯୋଗାଯୋଗ କରିବାକୁ ଜନ ସାଧାରଣଙ୍କୁ ସେ ପରାମର୍ଶ ଦିଆଯାଇଛି। ଏଥିପ୍ରତି ସଜାଗ ରହିବା ସହିତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ମକଡ୍ରିଲ ସମ୍ପର୍କିତ ପ୍ରସ୍ତୁତି ପାଇଁ ଆଲୋଚନା ହୋଇଛି। ଏଥିରେ ଡାକ୍ତରୀ, ଅଗ୍ନିଶମ ସେବା, ସିଭିଲ ଡିଫେନ୍ସ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହଯୋଗର ଆବଶ୍ୟକତା ଥିବା ଦୃଷ୍ଟିରୁ ଏନେଇ ଜିଲ୍ଲାପାଳ ରାଣା ଭିଡିଓ କନଫରେନ୍ସି ମାଧ୍ୟମରେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି।












Click it and Unblock the Notifications