ଆପଣଙ୍କ ପୋଷା କୁକୁର କାମୁଡିଲେ ଦେବେ ୧୦ ହଜାର ଜରିମାନା
ଭୁବନେଶ୍ୱର: ଦେଶୀ ବିଦେଶୀ କୁକୁର ରଖିଥିବା ରାଜଧାନୀର ଲୋକେ ସାବଧାନ । କୁକୁର କାମୁଡିଲେ ମାଲିକ ଗଣିବେ ତଣ୍ଡ । ରାସ୍ତା, ପାର୍କ, ଜନବସତି ଅଞ୍ଚଳରେ ମଳ ତ୍ୟାଗ କରାଇଲେ ମଧ୍ୟ ତଣ୍ଡ ଗଣିବେ । ବିଏମସି ଆଣିଛି ଏପରି ନୂଆ ନିୟମ ।
କୁକୁରକୁ ନେଇ ବାରମ୍ୱାର କିଛି ଦୁର୍ଘଟଣାର ଖବର ସାମ୍ନାକୁ ଅସିବା ପରେ କଠୋର ହୋଇଛି ବିସିଏମ୍ସି । ଏଣିକି କୁକୁର ରଖିଥିବା ମାଲିକଙ୍କ ପାଇଁ ବିଏମ୍ସି କିଛି ନୂଆ ନିୟମ ଆଣିଛି । ସେହିପରି ନିୟମ ଅନୁଯାଇ, ଯଦି ଆପଣଙ୍କ ପୋଷା କୁକୁର କାହାକୁ କାମୁଡୁଛି । ତେବେ ସମ୍ପୃକ୍ତି ବ୍ୟକ୍ତି ଅଭିଯୋଗ କଲେ କୁକୁର ମାଲିକଙ୍କୁ ୧୦ ହଜାର ଟଙ୍କା ଜରିମାନ ଦେବାକୁ ପଡ଼ିବ ।

ସେହିପରି ଘରେ ପୋଷା କୁକୁର ରଖିଲେ, ରେଜିଷ୍ଟ୍ରସନ କରିବା ସହ ଫି' ବାବଦରେ ୫ଶହ ଟଙ୍କା ଦେବାକୁ ପଡ଼ିବ । ଅନେକ ସମୟରେ ବାହାରେ ପୋଷା କୁକୁର ଲୋକଙ୍କୁ କାମୁଡୁଥିବା ନେଇ ବିଏମସି ପାଖକୁ ଆଭିଯୋଗ ଆସୁଛି । ବିଏମସି ପକ୍ଷରୁ ଏହି ଅଧିନିୟମକୁ ପାସ୍ କରି ସରକାରଙ୍କ ପାଖକୁ ପଠାଯାଇଛି । ଏହି ନିଷ୍ପତିକୁ କିଛି ଜଣ ସ୍ୱାଗତ କରିଥିବା ବେଳେ କିଛି ବ୍ୟକ୍ତି ଏହାକୁ ନେଇ ପ୍ରଶ୍ନ କରିଛନ୍ତି ଏବଂ ବୁଲା କୁକୁର କାମୁଡିଲେ କିଏ ଦାୟୀ ହେବ ବୋଲି ପ୍ରଶ୍ନ କରିଛନ୍ତି ।












Click it and Unblock the Notifications