କାର୍ତ୍ତିକ ପୂର୍ଣ୍ଣିମା ପାଇଁ ବିଏମସିର ଗାଇଡଲାଇନ: ଜାଣନ୍ତୁ, କେଉଁଠି ଭସାଇବେ ଡଙ୍ଗା ?
କାର୍ତ୍ତିକ ପୂର୍ଣ୍ଣିମାରେ ଗହଳି ନ କରିବା ପାଇଁ ବିଏମସିର ଆଗୁଆ ପଦକ୍ଷେପ । କାର୍ତ୍ତିକ ପୂର୍ଣ୍ଣିମା ଓ ବଡ଼ ଓଷା ପାଇଁ ଗାଇଡଲାଇନ୍ ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ ।
ଭୁବନେଶ୍ୱର: କାର୍ତ୍ତିକ ପୂର୍ଣ୍ଣିମାରେ ଗହଳି ନ କରିବା ପାଇଁ ବିଏମସିର ଆଗୁଆ ପଦକ୍ଷେପ । କାର୍ତ୍ତିକ ପୂର୍ଣ୍ଣିମା ଓ ବଡ଼ ଓଷା ପାଇଁ ଗାଇଡଲାଇନ୍ ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ । ବିନ୍ଦୁସାଗର, ନଦୀପଠା ଓ ଜଳାଶୟରେ ବୋଇତ ବନ୍ଦାଣ ମନା ହୋଇଛି ।

ଏଥିସହିତ ବିନ୍ଦୁସାଗରରେ ଶ୍ରଦ୍ଧାଳୁଙ୍କ ବୁଡ଼ ପକାଇବା ଉପରେ କଟକଣା ଲଗାଯାଇଛି । ପୁଷ୍କରିଣୀ ଓ ନଦୀରେ ବୁଡ଼ ପକାଇବାକୁ ନିଷେଧ କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭିଡକୁ ନିୟନ୍ତ୍ରଣ କରିବା ପାଇଁ ବିଏମସି ପକ୍ଷରୁ ଏଭଳି କଟକଣା ଜାରି କରାଯାଇଛି । ବିଏମସି ଅଧୀନରେ ଥିବା ସମସ୍ତ ଜଳାଶୟ ଉପରେ କଟକଣା ଜାରି କରାଯାଇଛି ।
ଏଥିସହ ଭକ୍ତମାନେ ଏକତ୍ରିତ ହୋଇପାରିବେ ନାହିଁ ବୋଲି କହିଛି ବିଏମସି । କାର୍ତ୍ତିକ ପୂର୍ଣ୍ଣିମା ଓ ବଡ଼ ଓଷା ଦିନ କୌଣସି ଦେବାଳୟ ବା ମନ୍ଦିରରେ ଭକ୍ତମାନେ ପ୍ରବେଶ କରିପାରିବେ ନାହିଁ । ଏ ନେଇ ବିଏମସି କମିଶନରଙ୍କ ପକ୍ଷରୁ ଜାରି ହୋଇଛି ସ୍ୱତନ୍ତ୍ର ଗାଇଡଲାଇନ୍ ।












Click it and Unblock the Notifications