For Quick Alerts
For Daily Alerts
କୋଭିଡ ଚିକିତ୍ସା ପାଇଁ ନିର୍ଦ୍ଧାରିତ ଫି’ ଠାରୁ ଅଧିକ ଫି’ ନେଉଛି ସନସାଇନ୍ ହସ୍ପିଟାଲ !
ଆଜି ସ୍ଥାନୀୟ ଲକ୍ଷ୍ମୀସାଗରରେ ଥିବା ସନସାଇନ୍ ହସ୍ପିଟାଲକୁ ସୋ କଜ ନୋଟିସ କରି ଭୁବନେଶ୍ୱର ମହାନଗର ନିଗମ(BMC)। କୋଭିଡ୍ ଆକ୍ରାନ୍ତଙ୍କ ଚିକିତ୍ସା ବାବଦରେ ଫି’କୁ ନେଇ ନୋଟିସ କରିଛି।
ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ଏବେ ଚିନ୍ତାର କରାଣ ସାଜିଥିବା ବେଳେ ଘରୋଇ ହସ୍ପିଟାଲ ମାନଙ୍କର ଫି' ଶୁଣିଲେ ହୋସ ଉଡିଯାଉଛି । କୋଭିଡ୍ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲ ଲାଗି ସରକାର ଫି' ନିର୍ଦ୍ଧାରଣ କରିଥିଲେ। ହେଲେ ରାଜଧାନୀରେ କେତେକ ହସ୍ପିଟାଲ୍ ମନଇଚ୍ଛା ଫି' ଆଦାୟ କରୁଥିବା ଅଭିଯୋଗ ଆସିଛି ।
ଏହି ପରିପେକ୍ଷୀରେ ଆଜି ସ୍ଥାନୀୟ ଲକ୍ଷ୍ମୀସାଗରରେ ଥିବା ସନସାଇନ୍ ହସ୍ପିଟାଲକୁ ସୋ କଜ ନୋଟିସ କରି ଭୁବନେଶ୍ୱର ମହାନଗର ନିଗମ(BMC)। କୋଭିଡ୍ ଆକ୍ରାନ୍ତଙ୍କ ଚିକିତ୍ସା ବାବଦରେ ଫି'କୁ ନେଇ ନୋଟିସ କରିଛି। ଫି'କୁ ନେଇ ସରକାରଙ୍କ ନିର୍ଦ୍ଧାରିତ ଢାଞ୍ଚାକୁ ହସ୍ପିଟାଲ୍ କର୍ତ୍ତୃପକ୍ଷ ମାନୁ ନଥିବା ଅଭିଯୋଗ ହୋଇଛି।
English summary
BMC Issued Show Cause Notice to Bhubaneswar Sunshine Hospital
Story first published: Friday, May 14, 2021, 19:56 [IST]