କଠୋର ହେଲା BMC, ବିଳମ୍ବରେ ଆସିଲେ କଟିବ ଦରମା
ଭୁବନେଶ୍ୱର: ଏଣିକି ଠିକ୍ ସମୟରେ ଅଫିସ ଆସିବେ ସରକାରୀ ବାବୁ । ବିଳମ୍ବରେ ଆସିଲେ କର୍ମଚାରୀ ମାନଙ୍କର ଦରମା କାଟିବ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ।
ମାସକରେ ୨ରୁ ଅଧିକ ବିଳମ୍ବ ଉପସ୍ଥାନ ପାଇଁ ଅଧାଦିନ CL କଟିବ। ୧୦ ଦିନରୁ ଅଧିକ ବିଳମ୍ବ ଉପସ୍ଥାନ ହେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ବିଳମ୍ବରେ ଅଫିସ୍ ଆସୁଥିବା କର୍ମଚାରୀଙ୍କ ପ୍ରତି କଠୋର ହୋଇଛି ବିଏମସି। ସକାଳ ୧୦ଟା ସୁଦ୍ଧା ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି, ୧୦.୩୦ ପରେ ଆସିଲେ ବିଳମ୍ବ ବୋଲି ଧରାଯିବ।

ସେହିଭଳି CL/EL ନଥାଇ ୭ ଦିନ ବିଳମ୍ବରେ ଆସିଲେ, ଗୋଟିଏ ଦିନର କଟିବ। ଏହି ନିୟମ ବିଏମସିର ସମସ୍ତ ସ୍ଥାୟୀ, ଠିକା, ଅନ୍ୟ କର୍ମଚାରୀଙ୍କ ପାଇଁ ଲାଗୁ କରାଯିବ।












Click it and Unblock the Notifications