ବିଏମସିର କୋଭିଡ ସହାୟତା : ପୁଣି ସାମିଲ ହେଲେ ରାଜଧାନୀର 8038 ଉଠା ଦୋକାନୀ
ବିଏମସି ପୁଣି 8 ହଜାର 38 ଜଣ ଦୋକାନୀଙ୍କୁ କରୋନା ସହାୟତା ପ୍ରଦାନ କରାଯିବା ପାଇଁ ଘୋଷଣା କରିଛି
ଭୁବନେଶ୍ୱର : କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମୁନିସପାଲଟି ବା ବିଏମସି ରାଜଧାନୀର ଉଠା ଦୋକାନୀମାନଙ୍କୁ ସହୟତା ପ୍ରଦାନ କରୁଛି । ରାଜଧାନୀରେ ବର୍ଷବର୍ ଧରି ଉଠା ଦୋକାନଟିଏ କରି ଜୀବନ ଓ ଜୀବିକା ପାଇଁ ସଂଘର୍ଷ କରୁଥିବା ଏହି ବ୍ୟକ୍ତିଙ୍କୁ ଦିଆଯାଉଛି କୋଭିଡ୍ ସହୟତା । ଏହି ପରିପ୍ରେକ୍ଷିରେ ବିଏମସି ପୁଣି 8 ହଜାର 38 ଜଣ ଦୋକାନୀଙ୍କୁ କରୋନା ସହାୟତା ପ୍ରଦାନ କରାଯିବା ପାଇଁ ଘୋଷଣା କରିଛି । ଏହି ଉଠା ଦୋକାନୀମାନଙ୍କୁ 3 ହଜାର ଟଙ୍କାର କୋଭିଡ ସହାୟତା ପ୍ରଦାନ କରାଯିବ । ଏହି ସହାୟତା ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ ।

ଏଠାରେ ସୂଚନାଥାଉକି, ପ୍ରଥମ ଲହରରେ 14 ହଜାର 752 ରାସ୍ତା କଡ଼ ଉଠା ଦୋକାନୀଙ୍କୁ କୋଭିଡ୍ ସହାୟତା ମିଳିଥିଲା । ସେହିପରି କିଛି ଦିନ ତଳେ 13 ହଜାର 549 ଜଣଙ୍କୁ ଦ୍ୱିତୀୟ ଲହର କୋଭିଡ୍ ସହୟତା ଭାବରେ 3 ହଜାର ଟଙ୍କା ସିଧାସଳଖ ସେମାନଙ୍କ ଆକାଉଣ୍ଟକୁ ପଠାଯାଇଥିଲା । ନୂଆକରି ତାଲିକାଭୁକ୍ତ ଏବଂ ପଞ୍ଜୀକରଣରେ ସାମିଲ ନିମନ୍ତେ ଦରଖାସ୍ତ କରିଥିବା ଦୋକାନୀ ଉକ୍ତ ପର୍ଯ୍ୟାୟରେ ସହୟତା ପାଇବେ । ବିଭିନ୍ ପର୍ଯ୍ୟାୟରେ ରାଜଧାନୀରେ ପ୍ରାୟ 28 ହଜାର ଉଠା ଦୋକାନୀଙ୍କୁ କୋଭିଡ୍ ସହାୟତା ଦିଆଯିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।












Click it and Unblock the Notifications