ଖରା ପାଇଁ ବଡ ନିଷ୍ପତ୍ତି ନେଲା ବିଏମସି,ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ୟ୍ୟନ୍ତ କାମ ବନ୍ଦ ରହିବ
ମାର୍ଚ୍ଚ ଆରମ୍ଭରୁ ଅସହ୍ୟ ହେଉଛି ତାତି । ଖରା ଗରମରେ ଜଳୁଛି ଓଡ଼ିଶା । ସୋମବାର ୩୭ ଡିଗ୍ରୀ ସହ ସମ୍ବଲପୁର, ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ସେହିପରି ରାଜଧାନୀରେ ପାରଦ ୩୫ ଡିଗ୍ରୀରେ ପହଞ୍ଚିଥଲା । ଗତ କିଛି ଦିନ ହେଲା ଡହ ଡହ ଖରା ହେଉଥିବା ବେଳେ ବିଶେଷ କରି ପଶ୍ଚିମ ଓଡ଼ିଶାବାସୀ ତାତିରେ ତ୍ରାହି ତ୍ରାହି ଡାକୁଛନ୍ତି । ଏବର୍ଷ ଖରା ଓ ଗୁଳୁଗୁଳି ଅଧିକ ଦିନ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଯାହାକୁ ଦୃଷ୍ଟିରେ ରଖି ନୂଆ ଗାଇଡଲାଇନ ଜାରି କରିଛି ଭୁବନେଶ୍ବର ମହାନଗର ନିଗମ । ବିଏମସିର ନିଷ୍ପତ୍ତି ଅନୁସାରେ, ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ୟ୍ୟନ୍ତ କାମ ବନ୍ଦ ରହିବ ।













Click it and Unblock the Notifications