Get Updates
Get notified of breaking news, exclusive insights, and must-see stories!

BMCର କଡ଼ା କଟକଣା: ସପିଂ ମଲରେ ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ

ବଢିଲା କରୋନା, ବଢିଲା କଟକଣା । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ କଟକଣା କଡ଼ାକଡ଼ି କରିଛି ଭୁବନେଶ୍ୱର ମହାନଗର ନିଗମ( ବିଏମସି) ।

ଭୁବନେଶ୍ୱର: ବଢିଲା କରୋନା, ବଢିଲା କଟକଣା । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ କଟକଣା କଡ଼ାକଡ଼ି କରିଛି ଭୁବନେଶ୍ୱର ମହାନଗର ନିଗମ( ବିଏମସି) । କରୋନା ସଂକ୍ରମଣ ଏଡ଼ାଇବାକୁ ଠେଲା ଜଳଖିଆ, ଚା, ଲସି, ଗୁପଚୁପ୍ ଦୋକାନୀଙ୍କୁ ଭିଡ଼ ନକରିବା ପାଇଁ କୁହାଯାଇଛି । ଦୋକାନ ଆଗରେ ଯେପରି ଭିଡ଼ ନହେବେ ସେଥିପାଇଁ ତାଗିଦ କରିଛି BMC ।

corona positive odisha

ସେହିପରି ଲସି ଏବଂ ଜୁସ ଦୋକାନରେ ଭିଡ ନକରିବାକୁ ବିଏମସି ତାଗିଦ୍ କରିଛି । ସେଲୁନ୍ , ସ୍ପା ଗୁଡିକୁ କୋଭିଡ୍ ନିୟମ ମାନିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି । ସିନେମା ହଲ , ଅଡିଟୋରିୟମସ ଥିଏଟରରେ ମାସ୍କ ବ୍ୟବହାର କରିବାରୁ ନିର୍ଦ୍ଦେଶ । ସପିଂ ମଲରେ ମାସ୍କ ଓ ସାମାଜିକ ଦୂରତ୍ୱ ନିଶ୍ଚିତ କରିବେ । ସଚେତନତା ପରେ ଏବେ ଏନଫୋର୍ସମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଇଛି । ପ୍ରତି ବ୍ୟାବସାୟିକ ପ୍ରତିଷ୍ଠାନରେ କୋଭିଡ ମନିଟରିଂ ଅଧିକାରୀ ରହିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ହାଟ, ବଜାର, ସପିଂ ମଲ ଓ ବ୍ୟାବସାୟିକ ପ୍ରତିଷ୍ଠାନରେ ଗହଳି ନକରିବାକୁ ବିଏମସି ନିର୍ଦ୍ଦେଶ ଦେଇଛି ।

ସେପଟେ ସଂକ୍ରମଣରେ ବ୍ରେକ୍ ଲଗାଇବାକୁ କିଛିଦିନ ପୂର୍ବେ ଭୁବନେଶ୍ୱରରେ ମାସ୍କ ବାଧ୍ୟତାମୂଳକ ହୋଇଥିଲେ ବି ଲୋକମାନେ ନିୟମ ମାନୁନଥିବା ଦେଖିବାକୁ ମିଳୁଛି । ଲୋକମାନେ ଏବେଠୁ ସଚେତନ ନ ହେଲେ ଓ ମାସ୍କ ନପିନ୍ଧିଲେ ଫାଇନ୍ କଟାଯିବ ବୋଲି ଭୁବନେଶ୍ୱର ମେୟର କଡ଼ା ଚେତାବନୀ ଦେଇଥିଲେ ।

ଅନ୍ୟପଟେ ରାଜ୍ୟରେ ଆଜି ୨୪ ଘଣ୍ଟାରେ ଆଉ ୫୭୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୩୩୬, ଲୋକାଲ କେସ୍- ୨୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୬୯ ଜଣ ଆକ୍ରାନ୍ତ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୨୧୯, କଟକରୁ ୬୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+