କିଶୋର ଭାଇନା ହୋଟେଲ ଉପରେ ବୁଲଡୋଜର ଚଲାଇଲା ବିଏମସି
ଭାଙ୍ଗିଲା କିଶୋର ଭାଇନା ମଟନ ଦୋକାନ । ହୋଟେଲ ଉପରେ ବୁଲଡୋଜର ଚଲାଇଲା ବିଏମସି । ସିଲ୍ ପରେ ବି ହୋଟେଲ୍ ଚଳାଇବାରୁ ବିଏମସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଭୁବନେଶ୍ୱର: ଭାଙ୍ଗିଲା କିଶୋର ଭାଇନା ମଟନ ଦୋକାନ । ହୋଟେଲ ଉପରେ ବୁଲଡୋଜର ଚଲାଇଲା ବିଏମସି । ସିଲ୍ ପରେ ବି ହୋଟେଲ୍ ଚଳାଇବାରୁ ବିଏମସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦୁଇ ଦିନ ତଳେ ମଟନ ଦୋକାନ ସିଲ୍ କରିଥିଲା ବିଏମସି । ମାତ୍ର ଗତକାଲି ବି ହୋଟେଲ ଖୋଲିବା ପରେ ଆଜି ବିଏମସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଦୁଇ ଦିନ ପୂର୍ବେ କିଶୋର ଭାଇନାଙ୍କ ମଟନ ଦୋକାନ ଉପରେ ବିଏମସି ଚଢାଉ କରିଥିଲା । ଅସ୍ୱାସ୍ଥ୍ୟକର ପରିବେଶରେ ରୋଷେଇ ହେଉଥିବା ଦର୍ଶାଇ ବିଏମସିର ଫୁଡ ସେଫଟି ଟିମ ହୋଟେଲ ମାଲିକ କିଶୋରଙ୍କୁ ତାଗିଦ କରିଥିଲା । କେବଳ ଏତିକି ନୁହଁ ଗୁପଚୁପ ଓ ଦହିବରା ବିକ୍ରିର ରେଜିଷ୍ଟସନରେ ବର୍ଷ ବର୍ଷ ଧରି ହୋଟେଲ ଚାଲୁଥିବାରୁ ଏହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା ବିଏମସିର ଫୁଡ ସେଫଟି ଟିମ୍ । ତରକାରୀରେ ନକଲି ରଙ୍ଗ ଓ ଏକ୍ସପାୟରୀ ସସ୍ ପକାଇବା ସହ ପରିଷ୍କାର ଓ ପରିଚ୍ଛନ୍ନ ଉପରେ ଦୃଷ୍ଟି ଦେଉନଥିଲେ କିଶୋର ଭାଇନା ।
ମାତ୍ର ବିଏମସିର ଚଜଡାଉ ପରେ ଗତକାଲି ପୁଣି ଦୂରଦର୍ଶନ କେନ୍ଦ୍ର କଡ଼ରେ ଥିବା କିଶୋର ଭାଇନାଙ୍କ ମଟନ ଦୋକାନ ଖୋଲିଥିଲା । ହାଣ୍ଡି ହାଣ୍ଡି ମଟନ ମଧ୍ୟ ପ୍ରସ୍ତୁତ ହୋଇଥିଲା । ମଟନ ନେବାକୁ ଦୋକାନରେ ମଧ୍ୟ ଭିଡ଼ ଲାଗିଥିଲା । ଏହା ପରେ ଦୋକାନ ଉପରେ ପୁଣି ଚଢ଼ାଉ ହେବ ବୋଲି ବିଏମସିର ଜଣେ ଅଧିକାରୀ ଗତକାଲି କହିଥିଲେ ।












Click it and Unblock the Notifications