ମାର୍କେଟ ବିଲ୍ଡିଂ ବନ୍ଦ ନେଇ ପ୍ରତିକ୍ରିୟା ରଖିଲେ ବିଏମ୍ସି କମିଶନର
ଭୁବନେଶ୍ବର: ମାର୍କେଟ ବିଲ୍ଡିଂ ବନ୍ଦ ନେଇ ବିଏମ୍ସି କମିଶନର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ କିଛି ଲିଗାଲ୍ ଇସ୍ୟୁ ଅଛି, ଟିକେ ସମୟ ଲାଗିବ। ଉଠା ଦୋକାନୀଙ୍କ ପାଖରେ ହାଇକୋର୍ଟ ଅର୍ଡର ଅଛି। ସେମାନଙ୍କୁ କେମିତି ଥଇଥାନ କରାଯିବ ଆଲୋଚନା କରିବୁ। ଲିଗାଲ ଅଧିକାରୀଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବୁ ବୋଲି ସେ କହିଛନ୍ତି।
ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ୟୁନିଟ୍ -୨ ମାର୍କେଟ ବିଲ୍ଡିଂ ବନ୍ଦ ନିଷ୍ପତ୍ତି।ମାର୍କେଟ ବିଲ୍ଡିଂରୁ ଉଠା ଦୋକାନୀ ଉଚ୍ଛେଦ ଦାବିରେ ମାର୍କେଟ ବନ୍ଦ ହୋଇଛି। ଦୀର୍ଘଦିନ ହେଲା ସ୍ଥାୟୀ ଓ ଉଠା ଦୋକାନୀ ମଧ୍ୟରେ ଥିବା ବିବାଦ ସମାଧାନ ପାଇଁ ବିଏମ୍ସି କୌଣସି ପଦକ୍ଷେପ ନେଉ ନ ଥିବାରୁ ବନ୍ଦ କରି ପ୍ରତିବାଦ ।

ଆଗରୁ ଏନେଇ ଚେତାବନୀ ଦେଇଛନ୍ତି ସ୍ଥାୟୀ ଦୋକାନ ମାଲିକ ସଂଘ। ମାର୍କେଟ୍ ଭିତରେ ବୁଲା ବିକାଳୀଙ୍କ ଅନଧିକୃତ ପ୍ରବେଶକୁ ନେଇ ଏପରି ନିଷ୍ପତ୍ତି ନେଇଛି ଦୋକାନ ମାଲିକ ସଂଘ ।
ଅନୁମତି ନଥିବା ବ୍ୟବସାୟୀଙ୍କୁ କେବଳ ଭର୍ଚୁଆଲ୍ ଭାବେ ବନ୍ଦ କରାଯାଇଥିବା ବେଳେ ସେମାନେ ଅସ୍ଥାୟୀ ପସରା ଖୋଲୁଛନ୍ତି । ମାର୍କେଟ ବିଲ୍ଡିଂରେ ଗହଳି କରିବା ସହ ଏଣେତେଣେ ଅଳିଆ ଆବର୍ଜନା ଫିଙ୍ଗୁଛନ୍ତି ।
ଭୁବନେଶ୍ୱର ମହାନଗର ନିଗମକୁ ଅନେକ ଥର ସ୍ଥାୟୀ ଦୋକାନୀ ସଂଘ ଏ ବାବଦରେ ଅବଗତ କରାଇଛନ୍ତି । କିନ୍ତୁ ଏ ନେଇ ବିଏମସିର ନିଘା ନାହିଁ । ବାରମ୍ବାର ଅଭିଯୋଗ ପରେ କୌଣସି କାର୍ଯ୍ୟନୁଷ୍ଠାନ ନ ହେବାରୁ ଉଭୟ ସ୍ଥାୟୀ ଦୋକାନୀ ଏବଂ ଗ୍ରାହକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ସମସ୍ୟାର ସମାଧାନ ନ ହେବାରୁ ଏପରି ନିଷ୍ପତ୍ତି ହୋଇଛି।












Click it and Unblock the Notifications