Get Updates
Get notified of breaking news, exclusive insights, and must-see stories!

ରେଳ ଷ୍ଟେସନରେ ବିଏମସି କମିଶନର, କୋଭିଡ ସ୍ଥିତିର କରୁଛନ୍ତି ଅନୁଧ୍ୟାନ

ବାହାରୁ ଆସୁଥିବା ଯାତ୍ରୀଙ୍କୁ ଯାଞ୍ଚ କରାଯାଉଛି କି ନାହିଁ, ଏ ସବୁକୁ ଦୃଷ୍ଟିରେ ରଖି ସ୍ଥିତି ପରଖିଲେ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ।

ଭୁବନେଶ୍ବର: କେମିତି ଚାଲିଛି ରେଳ ଷ୍ଟେସନ, ବିମାନ ବନ୍ଦରରେ ସ୍କ୍ରିନିଂ ଓ ଟେଷ୍ଟିଂ । ବାହାରୁ ଆସୁଥିବା ଯାତ୍ରୀଙ୍କୁ ଯାଞ୍ଚ କରାଯାଉଛି କି ନାହିଁ, ଏ ସବୁକୁ ଦୃଷ୍ଟିରେ ରଖି ସ୍ଥିତି ପରଖିଲେ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ।

BMC commissioner

ରାଜଧାନୀର ବିଭିନ୍ନ ସ୍ଥାନରେ ଆଜିଠୁ ଜୋରଦାର ଚଢ଼ାଉ ହୋଇଛି । ଏଥିପାଇଁ ସଚେତନତା କାର୍ଯ୍ୟକ୍ରମକୁ ମଧ୍ୟ ତ୍ୱରାନ୍ତିତ କରାଯାଇଛି । ଉଭୟ ସଚେତନତା ଓ କାର୍ଯ୍ୟାନୁଷ୍ଠାନକୁ ଗୁରୁତ୍ୱ ଦିଆଯାଇଛି । କରୋନା ନିୟମକୁ କଡାକଡି ନଜର ଦେବାକୁ ଏନଫୋର୍ସମେଣ୍ଟ ଟିମକୁ ଅଧିକ ଫୋର୍ସ ମିଳିଛି । ବିଏମସିର ୩ଟି ଯୋନରେ ୬ରୁ ଅଧିକ ସ୍କ୍ୱାର୍ଡ ଚଢ଼ାଉରେ ସାମିଲ ହୋଇଛନ୍ତି ।

BMC commissioner

XIMB ରେ ପ୍ରଥମ ଦିନ ୨୦୧ ଓ ଗତକାଲି ୮୬ଜଣଙ୍କ ନମୁନା ସଂଗ୍ରହ କରାଯାଇଥିଲା। ସବୁର RTPCR ଟେଷ୍ଟ କରାଯାଇଛି। ସବୁଗୁଡିକ ନେଗେଟିଭ ଆସିଛି । ଆସନ୍ତାକାଲିଠାରୁ ଭୁବନେଶ୍ୱରର ସମସ୍ତ ଶିକ୍ଷାନୁଷ୍ଠାନର ହଷ୍ଟେଲରେ ମଧ୍ୟ ଯାଞ୍ଚ ଓ ଟେଷ୍ଟିଂକୁ କଡାକଡି କରାଯିବ । ଟ୍ରାଇଡେଣ୍ଟ କଲେଜ ହଷ୍ଟେଲରେ ହେବ ପ୍ରଥମ ଟେଷ୍ଟିଂ କରାଯିବ । CRPF ପକ୍ଷରୁ ଟେଷ୍ଟିଂ ପାଇଁ ଆବେଦନ କରାଯାଇଛି । ପର୍ଯ୍ୟାୟ କ୍ରମେ ସବୁ ହଷ୍ଟେଲରେ ହେବ ଟେଷ୍ଟିଂ । ଏଥିପାଇଁ କୋଭିଡ ସଚେତକଙ୍କୁ ପୁନଃ ନିୟୋଜିତ କରାଯିବ ବୋଲି ସୂଚନା ଦେଇଛନ୍ତି ବିଏମସି ଡେପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+