ଆକ୍ସନ ମୋଡ଼ରେ ବିଏମସି, ଜାଗମରା ବିଦେଶୀ ମଦ ଦୋକାନକୁ କରାଗଲା ସିଲ୍
BMC Commissioner Field Visit :ଆକ୍ସନ ମୋଡ଼ରେ ବିଏମସି, ଜାଗମରା ବିଦେଶୀ ମଦ ଦୋକାନକୁ ସିଲ୍ କରାଯାଇଛି
ଭୁବନେଶ୍ୱର: ଜୋରଦାର ହେଲା ବିଏମସିର ଉଚ୍ଛେଜ ଓ ସ୍ୱଚ୍ଛତା ଅଭିଯାନ । ଅନିର୍ଦ୍ଧିଷ୍ଟ କାଳ ପାଇଁ ଜାଗମରା ସ୍ଥିତ ବିଦେଶୀ ମଦ ଦୋକାନକୁ ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୁପକ୍ଷ ବନ୍ଦ କରିଦେଇଛନ୍ତି । ସ୍ୱଚ୍ଛତା ଅବଲମ୍ବନ କରୁନଥିବା ଅଭିଯୋଗରେ ମଦ ଦୋକାନକୁ ସିଲ୍ କରିବାକୁ ନିର୍ଦ୍ଦେଶ ରହିଛି । ତେବେ ରାସ୍ତା ଅବରୋଧ କରୁଥିବା ବ୍ୟବସାୟୀଙ୍କ ଉପରେ ସାଧାରଣତଃ ବିଏମସି ଜରିମାନା ଲଗାଇଥାଏ । ଆଜି ରାଜଧାନୀର ଭିନ୍ନ ଭିନ୍ନ ସ୍ଥାନ ବୁଲି ଦେଖିଥିଲେ ମେୟର ଓ କମିଶନର ସଚେତନ କରିବା ସହ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଛି ।

Morning field visit by Team BMC.
BMC Commissioner along with the team today visited City Women's College Chaaka to Jagamara Chaaka to check the sanitation, encrochments. All the vendors were advised to maintain proper cleanliness 5 mtr radius clean, use of twin dustbins. pic.twitter.com/a6m1Ymq5BJ
— BMC (@bmcbbsr) August 13, 2022
ଆଜି ସ୍ଥାନୀୟ କର୍ପୋରେଟରଙ୍କ ଉପସ୍ଥିତିରେ ବରିଷ୍ଠ ଅଧିକାରୀଙ୍କ ସହ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଜାଗମରା ଅଞ୍ଚଳ ପରିଦର୍ଶନ କରିଥିଲେ । ଜବରଦଖଲ କରିଥିବା ବ୍ୟବସାୟୀଙ୍କୁ ତାଗିତ୍ କରିବା ସହ ସେମାନଙ୍କଠୁ ଜରିମାନା ମଧ୍ୟ ଆଦାୟ କରାଯାଇଛି । ଏହି ସମୟରେ ରାସ୍ତା ଉପରେ ବହୁ ପରିମାଣର ମଦ କାଚ ଓ ଖୋଳ ପଡିଥିବା ଦେଖି ବିଏମସି ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ସେପଟେ ରାସ୍ତା ଉପରେ ଗୃହ ନିର୍ମାଣ ସାମଗ୍ରୀ ପକାଇଥିବାରୁ ଗୃହ ମାଲିକଙ୍କୁ ଠାରୁ ୧ ଲକ୍ଷ ଟଙ୍କାର ଜରିମାମ ଆଦୟ ପାଇଁ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।












Click it and Unblock the Notifications