BMC କମିଶନରଙ୍କୁ ମାଡ଼ ଘଟଣା: କହୁ କହୁ ସତ ଓଗାଳି ପକାଇଲେ ଜଗନ୍ନାଥ
ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଅଫିସ ଭିତରୁ ଘୋଷାଡି ଆଣି ମାଡ ମାରିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ । ଗଣମାଧ୍ୟମରେ ସବୁ ସତ କହିଛନ୍ତି ଜଗନ୍ନାଥ । ମୋତେ ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁ ଖରାପ ବ୍ୟବହାର କରିଥିଲେ ।
ଜଣେ ସ୍ୱଚ୍ଛ ସାଥୀ ଭଉଣୀଙ୍କୁ ଦୁର୍ବ୍ୟବହାର ନେଇ ଫୋନ୍ କରିଥିଲି । ୩୪ନମ୍ବର ୱାର୍ଡର ସ୍ୱଚ୍ଛ ସାଥୀ ଭଉଣୀଙ୍କୁ ଜାତି ନେଇ ଆକ୍ଷେପ କରିବା ସହ ଚାକିରିରୁ ବାହାର କରିବାକୁ ଧମକାଇଥିଲେ । ମୁଁ ପଚାରିବାରୁ ମୋତେ ତମେ କିଏ, କାହିଁକି ପଚାରୁଛ କହି ଖରାପ ବ୍ୟବହାର କରିଥିଲେ । ସେଥିପାଇଁ ସୋସିଆଲ ମିଡ଼ିଆରେ ଗୋଟିଏ ହାତରେ ତାଳି ବାଜେନି ବୋଲି ଲେଖିଥିଲି ।

ସୋମବାର ବିଏମସି ଅତିରିକ୍ତ କମିଶନରଙ୍କୁ କିଛି ଦୁର୍ବୃତ୍ତ ମାଡ ମାରିବା ସହ ଆକ୍ରମଣ କରିଥିଲେ । ଏହି ଅଭିଯୁକ୍ତମାନେ ଜଗନ୍ନାଥ ପ୍ରଧାନଙ୍କ ସମର୍ଥକ ବୋଲି ଅଭିଯୋଗ ହୋଇଛି । ଏସମ୍ପର୍କରେ ଜଗନ୍ନାଥ କହିଛନ୍ତି ଯେ ମୁଁ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ କିମ୍ବା ଦୁଇ ଜଣଙ୍କୁ ଜାଣିଛି । ଏହି ଘଟଣାକୁ ନିନ୍ଦନୀୟ ବୋଲି କହିଛନ୍ତି ।
ବିଏମସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ। ଘଟଣାରେ ଦଳୀୟ କର୍ମୀଙ୍କ ସଂପୃକ୍ତି ରହିଛି ବୋଲି ନିଜେ ଜଗନ୍ନାଥ ପ୍ରଧାନ କହିଛନ୍ତି। ଗୋଟେ ହାତରେ କେବେ ବି ତାଳି ବାଜେନି। ଜଣେ ସରକାରୀ ଅଧିକାରୀ ଭାବେ ସେ ମଧ୍ୟ ସାଧାରଣ ଲୋକଙ୍କୁ ବ୍ୟବହାର ଖରାପ କରିଛନ୍ତି। ଯାହାର ପ୍ରଭାବରେ ଏପରି ଘଟଣା ଘଟିଛି। ମୁଖ୍ୟମନ୍ତ୍ରୀ ଏହାକୁ ନେଇ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ସେମାନଙ୍କ ମଧ୍ୟରୁ କିଛି ଜଣ ଗିରଫ ମଧ୍ୟ ହୋଇଛନ୍ତି। ଘଟଣାର ଏବେ ତଦନ୍ତ ଚାଲିଛି ବୋଲି ଜଗନ୍ନାଥ କହିଛନ୍ତି। ସେହିଭଳି ଆଜିର ଦିନରେ ସରକାରୀ ଅଧିକାରୀଙ୍କ ବିଜେଡି ପ୍ରୀତି ଛାଡ଼ିନି ବୋଲି ଜଗନ୍ନାଥ ପ୍ରଧାନ କହିଛନ୍ତି। ଯେଉଁଠି ଜନପ୍ରତିନିଧି ମାନଙ୍କୁ ସମ୍ମାନ ଦିଆଯାଉନହିଁ ସେଠି ସାଧାରଣ ନାଗରିକ ଉପରେ କଣ ବିତୁଥିବ ବୋଲି ସେ ପ୍ରଶ୍ନ କରିଛନ୍ତି।












Click it and Unblock the Notifications