ବିଏମସିର ରାଜସ୍ୱ ଆଦାୟ ଚିନ୍ତା : ଯାଞ୍ଚ ହେବ ଟ୍ରେଡ୍ ଲାଇସେନ୍ସ

ଟ୍ରେଡ୍ ଲାଇସେନ୍ସରୁ ଅଧିକ ରାଜସ୍ୱ ଆଦାୟ କରିବା ପାଇଁ ବିଏମସି ପ୍ରସ୍ତୁତି ଆରମ୍ଭ କରିଛି

ଭୁବନେଶ୍ୱର : ଅଧିକ ରାଜସ୍ୱ ଆଦାୟକୁ ନେଇ ତତ୍ପର ହୋଇ ଉଠିଛି ଭୁବନେଶ୍ୱର ମୁନିସିପାଲ୍ କର୍ପୋରେସନ । ଟ୍ରେଡ୍ ଲାଇସେନ୍ସରୁ ଅଧିକ ରାଜସ୍ୱ ଆଦାୟ କରିବା ପାଇଁ ବିଏମସି ପ୍ରସ୍ତୁତି ଆରମ୍ଭ କରିଛି । ବିଏମସି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବିଏମସି ଅଧିନରେ ରହିଥିବା ବ୍ୟବସାୟୀମାନେ ବ୍ୟବସାୟ ଚଳାଇବା ପାଇଁ ଟ୍ରେଡ୍ ଲାଇସେନ୍ସ ନେଇଥାନ୍ତି । ଏହି ଅନୁସାରେ ଭୁବନେଶ୍ୱର ମହାନଗର ନିଗମ କରିଥିବା ରେଗୁଲେସନ 2006 ଅନୁଯାୟୀ ଆବଶକୀୟ ଦେୟ ଦେବା ପରେ ଏହି ଟ୍ରେଡ ଲାଇସେନ୍ସ ଦିଆଯାଏ ।

ବିଏମସି

ଆନୁମାନିକ ଭାବରେ ଏବେ ଭୁବନେଶ୍ୱରରେ ଛୋଟ ବଡ ମିଶାଇ 50 ହଜାରରୁ ଅଧିକ ବ୍ୟବସାୟ ପ୍ରତିଷ୍ଠାନ ରହିଛି । ହେଲେ ବର୍ତ୍ତମାନ ସୁଦ୍ଧା କେବଳ 13 ହଜାର ଜଣକୁ ଟ୍ରେଡ୍ ଲାଇସେନ୍ସ ନେଇ ବ୍ୟବସାୟ ଚଳାଉଛନ୍ତି । ଫଳରେ ରାଜସ୍ୱ କମ୍ ଆଦାୟ ହେଉଥିବା ବିଏମସି କହିଛି । ସମସ୍ୟାର ସମାଧାନ ପାଇଁ ବାହାର ରାଜ୍ୟର ଏକ ସଂସ୍ଥାକୁ ନିୟୋଜିତ କରି ଏହି ବ୍ୟବସାୟ ପ୍ରତିଷ୍ଠାନ ଗୁଡିକୁ ଚିହ୍ନଟ କରାଯିବ ବୋଲି ବିଏମସି ପକ୍ଷରୁ ସୂଚନା ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+