ବିଏମସି ପାଳିଲା ସ୍ୱାୟତ୍ତ ଶାସନ ଦିବସ, ବିଭିନ୍ନ ପ୍ରକଳ୍ପର ହେବ ଶିଳାନ୍ୟାସ

ଆଜି ସ୍ବାୟତ୍ତ ଶାସନ ଦିବସ ପାଳନ କରିଛି ଭୁବନେଶ୍ବର ମହାନଗର ନିଗମ । କୋଭିଡ କଟକଣା ଯୋଗୁଁ ଦୀର୍ଘ 2ବର୍ଷ ପରେ ସ୍ବାୟତ୍ତ ଶାସନ ଦିବସ ପାଳୁଛନ୍ତି ବିଏମସି ନବନିର୍ବାଚିତ ପ୍ରତିନିଧି ।

ଭୁବନେଶ୍ବର: ଆଜି ସ୍ବାୟତ୍ତ ଶାସନ ଦିବସ ପାଳନ କରିଛି ଭୁବନେଶ୍ବର ମହାନଗର ନିଗମ । କୋଭିଡ କଟକଣା ଯୋଗୁଁ ଦୀର୍ଘ 2ବର୍ଷ ପରେ ସ୍ବାୟତ୍ତ ଶାସନ ଦିବସ ପାଳୁଛନ୍ତି ବିଏମସି ନବନିର୍ବାଚିତ ପ୍ରତିନିଧି । ବିଏମସି କାର୍ଯ୍ୟାଳୟ ପରିସରରେ ମେୟର ସୁଲୋଚନା ଦାସ ପତାକା ଉତ୍ତୋଳନ କରିବା ସହିତ ସ୍ବାୟତ୍ତ ଶାସନ ଦିବସର ଶୁଭେଚ୍ଛା ଜଣାଇଛନ୍ତି ।

bmc

ପତାକା ଉତ୍ତୋଳନ ପରେ ମେୟର ଓ କମିଶନରଙ୍କ ଉପସ୍ଥିତିରେ ଆୟୋଜିତ ସ୍ବତନ୍ତ୍ର ବୈଠକରେ ସମସ୍ତ କର୍ପୋରେଟର ଓ ଅଧିକାରୀ ଉପସ୍ଥିତ ରହିଥିଲେ । ଏଥିସହ ରାଜଧାନୀର ସର୍ବାଙ୍ଗୀନ ଉନ୍ନତି ସହ ସହରବାସୀଙ୍କୁ ମୌଳିକ ସୁବିଧା ଯୋଗାଇ ଦିଆଯିବ ସେ ନେଇ ଆଲୋଚନା କରାଯାଇଛି ।

ଆସନ୍ତାକାଲି ଓ ଶୁକ୍ରବାର ଦୁଇଦିନ ବିଭିନ୍ନ ୱାର୍ଡରେ ପ୍ରାୟ 61କୋଟି ଅର୍ଥର 40ରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରାଯିବ । ମୁଖ୍ୟତଃ ଡ୍ରେନେଜ, ରାସ୍ତାଘାଟ, ଆଲୋକୀକରଣ, ପାର୍କ ଓ ଜଳାଶୟ ଆଦିର ଉନ୍ନତିକରଣ କରାଯିବ । ସ୍ମାର୍ଟସିଟିକୁ ଅଧିକ ସ୍ଵଚ୍ଛ ନିର୍ମଳ ଓ ସୁନ୍ଦର ଭାବେ ଗଢି ତୋଳାଯାଇ ପାରିବ ସେ ଦିଗରେ ମଧ୍ୟ କାର୍ଯ୍ୟ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+