ଭୁବନେଶ୍ବର ୧ନଂ ହାଟରେ ବିଏମ୍‌ସି ଓ ଯୋଗାଣ ବିଭାଗର ଚଢ଼ାଉ: ଆଳୁ ପିଆଜ ଦର ଯାଞ୍ଚ ପାଇଁ ରେଡ୍

ଭୁବନେଶ୍ବର ୧ନଂ ହାଟରେ ବିଏମ୍‌ସି ଓ ଯୋଗାଣ ବିଭାଗର ଚଢ଼ାଉ । ଆଳୁ ପିଆଜ ଦର ଯାଞ୍ଚ ପାଇଁ ୧ନଂ ହାଟରେ ରେଡ୍ । ଆଳୁ କେଜି ପିଛା ୩୫ରୁ ୪୦, ପିଆଜ ୫୦ ଟଙ୍କାରେ ବିକ୍ରି ହେଉଛି ।

ରାଜ୍ୟରେ ଗଚ୍ଛିତ ଥିବା ଆଳୁ ଆଗାମୀ ୩ ଦିନ ମଧ୍ୟରେ ଶେଷ ହୋଇଯିବ। ଏହା ପରେ ରାଜ୍ୟରେ ପୁଣି ଆଳୁ ସଙ୍କଟ ଦେଖାଦେଇ ପାରେ। ରାଜ୍ୟ ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ସୋମବାର ଏ ନେଇ ସୂଚନା ଦେଇଛନ୍ତି। ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀ ଓ ଶୀତଳଭଣ୍ଡାର ମାଲିକ ଧର୍ମଘଟ ଧମକ ଦେଇଛନ୍ତି। ମଙ୍ଗଳବାର ସୁଦ୍ଧା ସମସ୍ୟାର ସମାଧାନ ନ ହେଲେ ଆଳୁ ଆସିବା ବନ୍ଦ ହୋଇଯିବ। ଫଳରେ ରାଜ୍ୟରେ ପୁଣି ଆଳୁର ଅଭାବ ଦେଖାଦେଇପାରେ।

ରାଜ୍ୟରୁ ଆଳୁ ସଙ୍କଟ ସମ୍ପୂର୍ଣ୍ଣ ଦୂର ହୋଇପାରୁ ନାହିଁ। ଉତ୍ତର ପ୍ରଦେଶରୁ ପର୍ଯ୍ୟାପ୍ତ ପରିମାଣରେ ଆଳୁ ଆସି ପାରୁ ନ ଥିବା ବେଳେ ପଶ୍ଚିମବଙ୍ଗରୁ ଆମଦାନୀ ସ୍ବାଭାବିକ ହୋଇପାରୁନି। ଏଭଳି ସ୍ଥିତିରେ ପଶ୍ଚିମବଙ୍ଗରୁ ଝାଡ଼ଖଣ୍ଡ ଦେଇ ଓଡ଼ିଶାକୁ କିଛି ଆଳୁ ଗାଡ଼ି ଆସୁଛି। ତାହା ପର୍ଯ୍ୟାପ୍ତ ହୋଇପାରୁ ନାହିଁ।

BMC and Supply Department raid

ରାଜ୍ୟକୁ ଆଳୁ ଯୋଗାଣ ସ୍ବାଭାବିକ କରିବାକୁ ଗତ ଅଗଷ୍ଟ ୧୧ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଟେଲିଫୋନରେ ଆଲୋଚନା କରିଥିଲେ। ଦିଲ୍ଲୀଠାରେ ନୀତି ଆୟୋଗ ବୈଠକ ବେଳେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଓଡ଼ିଶାକୁ ଆଳୁ ଯୋଗାଣ ସ୍ବାଭାବିକ ହେବ ବୋଲି ଅନୁମାନ କରାଯାଉଥିଲା। ଏହାପରେ ମଧ୍ୟ ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇପାରି ନାହିଁ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଉତ୍ତର ପ୍ରଦେଶରୁ ଟ୍ରେନ୍‌ ଯୋଗେ ଆଳୁ ଆଣିବାକୁ ପଦକ୍ଷେପ ନେଇଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରବିବାର ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ରାଜ୍ୟରୁ ଆଳୁ ସଙ୍କଟ ଦୂର କରିବାକୁ ରାଜ୍ୟ ସରକାର ଉତ୍ତର ପ୍ରଦେଶରୁ ୨ଟି ଟ୍ରେନରେ ଆଳୁ ଆଣିବାକୁ ଯୋଜନା କରୁଛନ୍ତି। ଏ ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଯୋଗାଯୋଗ କରାଯାଉଛି ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+