କାଲି ଓଡି଼ଶା ଆସୁଛନ୍ତି ରାଷ୍ଟ୍ରପତି: ଜାଣନ୍ତୁ, ବ୍ଲୁ ବୁକ୍ ସୁରକ୍ଷା ବ୍ୟବସ୍ଥାକୁ ନେଇ କ’ଣ କହିଲେ DCP ?
ଦୁଇ ଦିନିଆ ଗସ୍ତରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୁରକ୍ଷା ପାଇଁ ସଜାଗ ରହିଛି ପୋଲିସ୍ । ଏନେଇ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ ।

ଭୁବନେଶ୍ୱର: ଦୁଇ ଦିନିଆ ଗସ୍ତରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୁରକ୍ଷା ପାଇଁ ସଜାଗ ରହିଛି ପୋଲିସ୍ । ଏନେଇ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ । ଡିସିପିଙ୍କ କହିବା ଅନୁସାରେ, 'ବ୍ଲୁ ବୁକଗ୍ ଏସଓପି ଅନୁସାରେ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ୪୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିବେ । ରାଷ୍ଟ୍ରପତିଙ୍କ କାରକେଡ ଦାୟିତ୍ୱରେ ରହିବେ ଏସପି ରାଙ୍କ ଅଧିକାରୀ । ଅନ୍ୟପଟେ ରାଜଭବନରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୩୫ ଜଣ ଏସିପି ରାଙ୍କ ଅଧିକାରୀ ଓ ୪୭ ଇନ୍ସପେକ୍ଟର ମୁତୟନ ରହିବେ । ସେହିପରି ୧୮୮ ଏସଆଇ ଓ ଏଏସଆଇଙ୍କ ସହ ୫୦ ହୋମଗାର୍ଡ ରହିବେ ।'
ସୂଚନା ଅନୁସାରେ, ମହାମହିମ ରାଷ୍ଟ୍ରପତି ଆସନ୍ତାକାଲି ଓଡ଼ିଶା ଆସି ରମାଦେବୀ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ଓଡ଼ିଶା ଆସିବା ସହ ନିଜେ ପଢ଼ୁଥିବା ରମାଦେବୀ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗ ଦେବେ ବୋଲି ସୂଚନା ଦେଇଥିଲେ ରମାଦେବୀ ବିଶ୍ୱବିଦ୍ୟାଳୟ କୁଳପତି ଅପରାଜିତା ଚୌଧୁରୀ । ସମାବର୍ତ୍ତନ ଉତ୍ସବ ପାଇଁ ସଜେଇ ହୋଇଛି ରମାଦେବୀ ବିଶ୍ଵବିଦ୍ୟାଳୟ ।
ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଗତକାଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ବିସ୍ତୃତ କାର୍ଯ୍ୟ ସାରଣୀ ପ୍ରସ୍ତୁତ କରାଯାଇଛି । ଶୁକ୍ରବାର ସକାଳ ୯ଟା ବେଳେ ରାଷ୍ଟ୍ରପତି ଭବନରୁ ବାହାରି ପାଲାମ ବିମାନ ବନ୍ଦରରୁ ଭାରତୀୟ ବାୟୁସେନା ବିମାନ ଯୋଗେ ଆସି ରାଷ୍ଟ୍ରପତି ପୂର୍ବାହ୍ନ ୧୧.୪୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିବେ । ସେହିଠାରୁ ଉତ୍କଳ ମଣ୍ଡପଠାରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ରୂପେ ଯୋଗ ଦାନ କରିବେ ।
ପରେ ରାଷ୍ଟ୍ରପତି ଅପରାହ୍ଣ ସାଢ଼େ ଗୋଟାଏ ସମୟରେ ମଧ୍ୟାହ୍ନ ଭୋଜନ ନିମନ୍ତେ ରାଜଭବନ ଯିବେ । ଅପରାହ୍ଣ ୪.୫ରେ ଭୁବନେଶ୍ୱର ସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର (ବିଦ୍ୟାବିହାର) ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେବେ । ସନ୍ଧ୍ୟା ୫.୧୫ରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରୁ ପ୍ରତ୍ୟାବର୍ତ୍ତନ କରି ୫. ୩୦ରେ ରାଜଭବନରେ ପହଞ୍ଚିବା ପରେ ସେଠାରେ ରାତ୍ର ଭୋଜନ ଓ ରାତ୍ରି ରହଣି କରିବେ ।
ପର ଦିନ ଅର୍ଥାତ ୧୧ ତାରିଖ ସକାଳେ ରାଷ୍ଟ୍ରପତି ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ ସାରି ପୂର୍ବାହ୍ମରେ କଟକ ବିଦ୍ୟାଧରପୁର ସ୍ଥିତ ଭାରତୀୟ କୃଷି ଗବେଷଣା ପରିଷଦ ଅଧିନ କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଆୟୋଜିତ ଦ୍ୱିତୀୟ ଜାତୀୟ ଧାନ କଂଗେସ ସମ୍ମିଳନୀକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ସ୍ଥିର ରହିଛି ।
କଟକରେ କାର୍ଯ୍ୟକ୍ରମ ଶେଷ ହେବା ପରେ ହେଲିକପ୍ଟର୍ ଯୋଗେ କଟକରୁ ବାହାରି ଅପରାହ୍ଣ ୧୨.୪୫ରେ ଭୁବନେଶ୍ୱର ବିମାନ ବନ୍ଦର ପହଞ୍ଚିବେ । ସେଠାରେ ଭାରତୀୟ ବାୟୁସେନାର ବିବିଜେ ବିମାନ ଯୋଗେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ । ତେବେ ବିମାନ ଭିତରେ ହିଁ ରାଷ୍ଟ୍ରପତିଙ୍କ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ହୋଇଛି ।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
ପୁଣି ଖସିଲା ସୁନା-ରୂପା ରେଟ୍ -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
ନିର୍ବାଚନକୁ ନେଇ ମୁହଁ ଖୋଲିଲେ ନବୀନ: କହିଲେ ଭାଜପା..... -
ଇରାନ ଉପରେ ଟ୍ରମ୍ପଙ୍କ ବଡ଼ ଦାବି, କହିଦେଲେ କିଛି ଏମିତି....... -
୧ ଏପ୍ରିଲରୁ ଆୟକର ନିୟମରେ ହେବ ବଡ଼ ପରିବର୍ତ୍ତନ, ଆୟକର ବିଭାଗ ଆପଣଙ୍କର ସୋସିଆଲ ମିଡିଆ..... -
ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୨ ମୃତ -
ଶୁଭମନ ଗିଲ୍ ସର୍ବଶ୍ରେଷ୍ଠ ଅନ୍ତରାଷ୍ଟ୍ରୀୟ କ୍ରିକେଟର -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
ଏଥର ପ୍ରଚଣ୍ଡ ହେବ ଗୁଷ୍ମ ପ୍ରବାହ, ୪୦ ଛୁଇଁବ ପାରଦ -
ଗହଣା କିଣିବା ପୂର୍ବରୁ ପକାନ୍ତୁ ନଜର, ଜାଣିରଖନ୍ତୁ ଆଜିର ଦାମ୍









Click it and Unblock the Notifications