ଶ୍ରୀମନ୍ଦିରରେ ରକ୍ତଛିଟା, ନୀତି ବିଳମ୍ବ
ଶ୍ରୀମନ୍ଦିରରେ ପଡ଼ିଲା ରକ୍ତଛିଟା । ଜୟବିଜୟ ଦ୍ୱାର ନିକଟରେ ଜଣେ ଭକ୍ତଙ୍କ ରକ୍ତଛିଟା ପଡ଼ିବା ଯୋଗୁଁ ମହାପ୍ରଭୁଙ୍କର ହୋଇଛି ମହାସ୍ନାନ । ମହାସ୍ନାନ ନୀତି ଯୋଗୁଁ ଦୀଘ ସମୟ ଧରି ଦର୍ଶନ ବନ୍ଦ ।
ପୁରୀ: ଶ୍ରୀମନ୍ଦିରରେ ପଡ଼ିଲା ରକ୍ତଛିଟା । ଜୟବିଜୟ ଦ୍ୱାର ନିକଟରେ ଜଣେ ଭକ୍ତଙ୍କ ରକ୍ତଛିଟା ପଡ଼ିବା ଯୋଗୁଁ ମହାପ୍ରଭୁଙ୍କର ହୋଇଛି ମହାସ୍ନାନ । ମହାସ୍ନାନ ନୀତି ଯୋଗୁଁ ଦୀଘ ସମୟ ଧରି ଦର୍ଶନ ବନ୍ଦ । ଖରା ସହ ପ୍ରବଳ ଭିଡ ଯୋଗୁଁ ବଡ଼ଦାଣ୍ଡରେ ହଟହଟା ହେଉଛନ୍ତି ଭକ୍ତ । ଟାଉନ ଥାନାଠାରୁ ପ୍ରାୟ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ଭକ୍ତଙ୍କ ଲାଗିଛି ଲମ୍ବା ଲାଇନ ।

ଅବକାଶ ପୂଜା ପରେ ଭିତରକାଠ ନିକଟରେ ରକ୍ତଛିଟା ଦେଖିବାକୁ ମିଳିଥିଲା। ଫଳରେ ଘଣ୍ଟାଏରୁ ଊର୍ଦ୍ଧ୍ୱ ସମୟ ଧରି ନୀତିରେ ବିଳମ୍ବ ହୋଇଥିଲା। ସାଧାରଣ ଦର୍ଶନ ବନ୍ଦ ରହିଥିବାରୁ ବଡ଼ଦାଣ୍ଡରେ ଭକ୍ତଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା। କାଳିଆକୁ ଦର୍ଶନ କରିବା ପାଇଁ ଭକ୍ତମାନେ ଖରାରେ ଠିଆ ହୋଇ ରହିଥିଲେ। ତେବେ ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନ ଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।












Click it and Unblock the Notifications