ଚନ୍ଦନଯାତ୍ରା ଚାଲିଥିବାବେଳେ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ବାଣ ବିସ୍ଫୋରଣ, ୨୦ରୁ ଅଧିକ ଆହତ
ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ବେଳେ ବଡଧରଣର ଅଘଟଣ । ବାଣ ନିଆଁ ପଡ଼ି ୨୦ରୁ ଉର୍ଦ୍ଧ ଗୁରୁତର ଆହତ ହୋଇଛନ୍ତି । ମହାପ୍ରଭୁ ଚାପ ଖେଳିବା ସମୟରେ ବାଣ ଫୁଟାଯାଇଥିଲା, ଏତିକି ବେଳେ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ବାଣ ନିଆଁ ଛିଟିକି ପଡ଼ିଥିଲା । ଫଳରେ ସେଠାରେ ଅନେକ ଲୋକେ ଆହତ ହୋଇଛନ୍ତି ।
ଦେବୀଘାଟ ପଟେ ବାଣ ଫୁଟିବାର ବ୍ୟବସ୍ଥା କରାଯାଇଥିଲା। ଗୁରୁତରଙ୍କ ମଧ୍ୟରେ କିଛି ଶିଶୁ ରହିଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ଗୁରୁତରଙ୍କୁ ତୁରନ୍ତ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଚନ୍ଦନଯାତ୍ରା ଉତ୍ସବ ଚାଲିଥିବାବେଳେ ବାଣ ଫୁଟାଉ ଫୁଟାଉ ହଠାତ୍ ହେଲା ବଡ଼ ବିସ୍ଫୋରଣ । ଏବେ ସମସ୍ତ ଆହତଙ୍କୁ ପୁରୀ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ପୁରୀ ପୋଲିସ ଏବଂ ଅଗ୍ନିଶମବାହିନୀ ଟିମ୍ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ଆହତକାରୀଙ୍କ ଉଦ୍ଧାର କାର୍ଯ୍ୟରେ ଏବେ ସ୍ଥାନୀୟ ଲୋକମାନେ ମଧ୍ୟ ହାତ ବଢ଼ାଇଛନ୍ତି ।












Click it and Unblock the Notifications