ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ବିସ୍ଫୋରଣ, ୩ ଗୁରୁତର

ଖୋର୍ଦ୍ଧା ଶିଳ୍ପାଞ୍ଚଳ କୁମାରବସ୍ତ ମଙ୍ଗରାଜସାହିରେ ଗୁରୁବାର ବିସ୍ଫୋରଣ ଘଟିଛି। ଘର ଭିତରେ ବିସ୍ଫୋରଣ ଘଟି ୩ ଜଣ ପିଲା ଗୁରୁତର ଆହତ ହୋଇଛନ୍ତି । ଘର ଭିତରେ ବାଣ କି ବୋମା କାରଣରୁ ବିସ୍ଫୋରଣ ଘଟିଛି ସେନେଇ କୌଣସି ସ୍ପଷ୍ଟତା ମିଳି ପାରି ନାହିଁ । ୨ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ବେଳେ ଜଣଙ୍କୁ ଖୋର୍ଦ୍ଧାରେ ଚିକିତ୍ସା କରାଯାଉଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Blast

ତେବେ ବାଣ କି ବୋମା ବିସ୍ଫୋରଣ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସଦର ଏସଡିପିଓ ନିହାର ରଞ୍ଜନ ପ୍ରଧାନ, ଥାନାଧିକାରୀ ଗାୟତ୍ରୀ ମିଶ୍ର ପ୍ରମୁଖ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଗୁରୁବାର ମଧ୍ଯାହ୍ନରେ ଏହି ଘଟଣା ଘଟିଛି।

ତାପସ ମଙ୍ଗରାଜଙ୍କ ଭଣଜା ଭାଣାଜି ମାମୁ ଘରକୁ ବୁଲି ଆସିଥିଲେ। ଜାଗରରେ ଫୁଟାଇବା ପାଇଁ ବାଣ ଠାକୁର ଘରେ ରଖିଥିଲେ। ପିଲାମାନେ ଠାକୁର ଘରେ ବାରଣ୍ଡାରେ ଖେଳୁଥିବା ବେଳେ ହଠାତ ବାଣ ବିସ୍ଫୋରଣ ହୋଇ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଏଥିରେ 3 ଜଣ ଆହତ ହୋଇଥିବା ବେଳେ, ୨ଜଣ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ସେମାନଙ୍କୁ ଖୋର୍ଦ୍ଧା ମେଡିକାଲକୁ ନେଇଥିଲେ, ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ପୋଲିସ ସାହିତ୍ୟ ସାଇଣ୍ଟିଫିକ ଟିମ ପହଞି ତଦନ୍ତ ଚଳାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+