ବାଣ ଗୋଦାମରେ ବିସ୍ଫୋରଣ, ୨ ମୃତ
ବାଣ ଗୋଦାମ୍ରେ ବିସ୍ଫୋରଣ ହୋଇଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୫ ଜଣଙ୍କର ଚିକିତ୍ସା ଜାରି ରହିଛି। ଭଦ୍ରକ-ଚାନ୍ଦବାଲି ରାସ୍ତାର ହଳଦୀଡିହରେ ଆଜି ଏହି ଅଘଟଣ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ୨ଜଣଙ୍କ ମୃତ୍ୟୁ ସୂଚନା। ଅନ୍ୟ ୫ ଜଣ ଆହତଙ୍କ ଚିକିିତ୍ସା ଜାରି ରହିଛି। ମୃତକମାନେ ହେଲେ ଏସ୍କେ ମୁସାରଫ୍ (୧୨) ଓ ରାତୋ ବିବି(୪୦)।
ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୯:୩୦ ମିନିଟ୍ ସମୟରେ ଏହି ବାଣ କାରଖାନା ଠାରେ ହଠାତ୍ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ପରେ ଆଖିପିଛୁଳାକେ ହୁତୁ ହୁତୁ ହୋଇ ଜଳିଉଠିଥିଲା ଗୋଦାମ । ନିମିଷକ ମାଧ୍ୟମରେ ସବୁ ବାଣ ସାମଗ୍ରୀ ଜଳି ପୋଡି ପାଉଁଶ ହୋଇଯାଇଥିଲା । ଏପରିକି ବିସ୍ଫୋରଣର ପ୍ରଭାବରେ ପାଖ ଘରେ ଥିବା ଝରକା କାଚ ଭାଙ୍ଗି ରୁଜି ଚୁରମାର ହୋଇଯାଇଥିଲା । ଏହି ଭୟଙ୍କର ବିସ୍ଫୋରଣରେ ସେଠାରେ କାମ କରୁଥିବା ୫ଜଣ ଗୁରୁତର ଆହତ ହୋଇଥିଲେ ।

ତୁରନ୍ତ କାଳ ବିଳମ୍ବ ନକରି ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ସହାୟତାରେ ଗୁରୁତର ମାନଙ୍କୁ ଭଦ୍ରକ ଜିଲ୍ଲା ହସ୍ପିଟାଲକୁ ଚିକିତ୍ସା ପାଇଁ ଆଣିଥିଲାବେଳେ ସେମାନଙ୍କ ଅବସ୍ଥା ଉଦବେଗଜନକ ଥିବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସବୁଠାରୁ ଦୁଃଖର କଥାରେ ଚିକିତ୍ସାଧିନ ଅବସ୍ଥାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ଜଣେ ଶିଶୁ ଥିବା ଖବର ମିଳିଛି ।












Click it and Unblock the Notifications