ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟଣା; ସ୍ଵାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଆତ୍ମହତ୍ୟା
ଭୁବନେଶ୍ୱର: ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟଣାରେ ସ୍ଵାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି । ଦିଲ୍ଲୀପଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ସୁନା ସାମନ୍ତରାୟ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ । ଯାହାକୁ ନେଇ ଆଜି ସକାଳେ ତାଙ୍କ ପତ୍ନୀ ଆତ୍ମହତ୍ୟା କରିଛନ୍ତି ।
ଦିଲ୍ଲୀପ ଓ ସୁନାଙ୍କ ବିବାହକୁ ୨ ବର୍ଷ ପୂରି ନଥିଲା । ଗତକାଲି ଦିଲ୍ଲୀପଙ୍କ ମୃତ୍ୟୁ ହେବା ପରେ ସୁନା ଭାଙ୍ଗି ପଡ଼ିଥିଲେ । ଆଉ ଆଜି ଆତ୍ମହତ୍ୟା କରିଛନ୍ତି । ପରିବାର ଲୋକଙ୍କଠାରୁ ଖବର ପାଇ ଜଟଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ସୁନାଙ୍କୁ ଉଦ୍ଧାର କରି ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ପରେ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏହି ମାମଲାରେ ପୁଲିସ୍ ଅଧିକ ତଦନ୍ତ ଜାରି ରଖିଛି ।
ଗତକାଲି ସୁନାଙ୍କୁ ତାଙ୍କ ବାପଘର ଲୋକେ ନିଜ ସହିତ ନେଇ ଯାଇଥିଲେ । ନୂଆଗାଁ ସ୍ଥିତ ବାପଘରେ ଥିବା ସୁନା ଆଜି ସକାଳେ ଏକ କଠୋରୀ ଭିତରେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲା ।

ଗତ ଶୁକ୍ରବାର ଭୁବନେଶ୍ୱରର ପାଣ୍ଡରାସ୍ଥିତ ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟିଥିଲା। ହସ୍ପିଟାଲର ତୃତୀୟ ମହଲାରେ ଏକ ଏସିରେ ଗ୍ୟାସ୍ ଫିଲିଂ ବେଳେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ପରେ ଲାଗିଥିବା ନିଆଁକୁ ସଙ୍ଗେ ସଙ୍ଗେ ଆୟତ୍ତ କରାଯାଇଥିଲା । ତେବେ ଏହି ଘଟଣାରେ ୪ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଦିଲ୍ଲୀପ ସାମନ୍ତରାୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ହେଲେ ଗତକାଲି ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଖୋର୍ଦ୍ଧା ଜିଲ୍ଲା ଜଟଣୀର ବଅଁଙ୍ଗ ଗାଁରେ ମୃତ ଦିଲ୍ଲୀପଙ୍କ ଘର।
ତେବେ ଦିଲ୍ଲୀପଙ୍କ ମୃତ୍ୟୁ ହେବା ପରେ ତାଙ୍କ ସ୍ତ୍ରୀ ସୁନା ସାମନ୍ତରାୟ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ଯାହାକୁ ନେଇ ଆଜି ସକାଳେ ତାଙ୍କ ପତ୍ନୀ ସୁନା ଆତ୍ମହତ୍ୟା କରି ଦେଇଛନ୍ତି ।












Click it and Unblock the Notifications