କୃଷ୍ଣସାର ମୃଗ ଗଣନା ଜାରି, ଗଣନାରେ ୨୮ଟି ଟିମ୍ ସାମିଲ୍
ଗଞ୍ଜାମ ଜିଲାର ଗର୍ବ ଓ ଗୌରବ ହେଉଛି କୃଷ୍ଣସାର ମୃଗ। ଏହି ମୃଗ ଘୁମୁସର
ଦକ୍ଷିଣ ବନଖଣ୍ଡରେ ବହୁ ବର୍ଷ ପୂର୍ବେ ଦେଖା ଦେଇଥିଲା। ଏହାର ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବା ପରେ ପରବର୍ତ୍ତୀ ପର୍ଯ୍ୟାୟରେ ତାହା ବ୍ରହ୍ମପୁର ବନଖଣ୍ଡ ଏବଂ ଘୁମୁସର ଉତ୍ତର ବନଖଣ୍ଡକୁ ବୃଦ୍ଧି ପାଇଥିଲା। ବର୍ତ୍ତମାନ ଗଞ୍ଜାମ ଜିଲାର ୩ଟି ଯାକ ବନଖଣ୍ଡର ବିଭିନ୍ନ ରେଞ୍ଜରେ ହଜାର ହଜାର ମୃଗ ଅବାଧରେ ବିଚରଣ କରୁଛନ୍ତି। ଇତିମଧ୍ୟରେ ଅଧିକାଂଶ ବନ୍ୟପ୍ରାଣୀଙ୍କ ଗଣନା ସରିଥିବା ବେଳେ ଆଜିଠୁ ଅର୍ଥାତ ୨୯ ତାରିଖରେ କୃଷ୍ଣସାର ମୃଗ ଗଣନା ଆରମ୍ଭ ହୋଇଛି ।

ଅନ୍ୟମାନଙ୍କ ମଧ୍ୟରେ ଏସିଏଫ୍ ବିମଳ ପ୍ରଧାନ, ମୁଜାଗଡ଼ ରେଞ୍ଜର ବିମ୍ବାଧର ସାହୁ, କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥ୍ବୀରାଜ ପ୍ରଧାନ, ତାରସିଂ ରେଞ୍ଜର ପ୍ରଶାନ୍ତ ବେହେରା, ବନ୍ୟପ୍ରାଣୀ ବିଶେଷଜ୍ଞ ଉମା ବିଶାଳ, ବନପାଳ ଶରତ ମହାନ୍ତି, ବନରକ୍ଷୀ ପ୍ରଭାସିନୀ ଗୌଡ଼ ପ୍ରମୁଖ ଆଲୋଚନାରେ ଭାଗ ନେଇ ନିଜର ମତ ରଖିଥିଲେ। ଚଳିତ ବର୍ଷ କଲେଜ ଛାତ୍ରୀଛାତ୍ରଙ୍କୁ ଗଣନାରେ ସାମିଲ କରାଯାଇଛି। ଛାତ୍ରୀଛାତ୍ରମାନେ ଗଣନା ନେବା ସମୟରେ ସେଲ୍ଫି ନେବେ ନାହିଁ। ଏଥିସହ ଗଣନା ସମୟର ତଥ୍ୟକୁ ବାହାରେ ପ୍ରଘଟ କରିବେ ନାହିଁ ବୋଲି ବକ୍ତାମାନେ କହିଥିଲେ। ଆସନ୍ତାକାଲି ସକାଳ ୬ ଟାରୁ ୯ ଟା ଏବଂ ଅପରାହ୍ନ ୪ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଏହି ଗଣନା ହେବ। ଏନେଇ ୧୮ଟି ୟୁନିଟ୍ ହୋଇଛି । ଗତବର୍ଷ ଗଣନା ସମୟରେ ଏହି ବନଖଣ୍ଡରେ ୪୦୪ ଥିଲେ। ଆଗାମୀ ଦିନରେ ତାହା ନିଶ୍ଚିତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏଥିସହ ଘୁମୁସର ଦକ୍ଷିଣ ବନଖଣ୍ଡରେ ମଧ୍ୟ ଆଜି ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ବନପାଳ ବବୁଲ ସେଠୀ ପ୍ରମୁଖ ସହଯୋଗ କରିଥିଲେ। ଅପରାହ୍ନ ଅଧିବେଶନରେ ଡିଏଫ୍ଓ ହିମାଂଶୁ ଶେଖର ମହାନ୍ତି ଯୋଗଦେଇ ଉପସ୍ଥିତ ଅଧିକାରୀମାନଙ୍କୁ ଗଣନା କିଭଳି ଶୃଙ୍ଖଳିତ ଭାବେ ହୋଇପାରିବ ସେନେଇ ତାଲିମ ଦେଇଥିଲେ।












Click it and Unblock the Notifications