ଶିମିଳିପାଳ ଜାତୀୟ ଉଦ୍ୟାନରେ ନଜର ଆସିଲା କଳା ମହାବଳ ବାଘ

Black Tiger Spotted In Similipal National Park :ଶିମିଳିପାଳ ଜାତୀୟ ଉଦ୍ୟାନରେ ନଜର ଆସିଲା ବିରଳ କଳା ମହାବଳ ବାଘ

ଭୁବନେଶ୍ବର: ସୋସିଆଲ ମିଡିଆରେ ଏକ ବିରଳ କଳା ମହାବଳ ବାଘର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ଏପରି କଳା ବାଘ ଆପଣ ମଧ୍ୟ ପ୍ରଥମ ଥର ହିଁ ଦେଖିଥିବେ । ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ଅବସରରେ 'ଇଣ୍ଡିଆନ୍‌ ଫରେଷ୍ଟ୍‌ ସର୍ଭିସ୍‌' ଅଫିସର୍‌ ସୁଶାନ୍ତ ନନ୍ଦ ସେୟାର୍‌ କରିଥିଲେ । ସେ ନିଜ ଟୁଇଟରେ ୧୫ ସେକେଣ୍ଡ୍‌ର ଭିଡିଓଟି ପୋଷ୍ଟ କରିଥିଲେ । ଏହି ଭାଇରାଲ ଭିଡିଓକୁ ୩୫ ହଜାରୁ ଅଧିକ ଥର ଦେଖାଯାଇଲାରିଲାଣି ଏହା ସହ ୨.୪୦୦ ରୁ ଅଧିକ ୟୁଦର୍ସ ଏହି ଭିଡିଓକୁ ଲାଇକ୍ ମଧ୍ୟ କରିସାରିଲେଣି ।

ଶିମିଳିପାଳରେ ଉତ୍ତୋଳିତ ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଆପଣ ଦେଖି ପାରୁଥିବେ କଳା ରଙ୍ଗର ଏହି ବାଘଟି ନିଜ ଇଲାକା ଚିହ୍ନଟ କରୁଛି । ଅନ୍ୟ ବାଘମାନଙ୍କୁ ସତର୍କ କରିବା ଓ ନିଜ ଇଲାକାରେ ପ୍ରବେସ ନ କରିବା ପାଇଁ ଏପରି ଭାବେ ଗଛକୁ ରାମ୍ପି ଚିହ୍ନ ଦେଇ ଥାଆନ୍ତି । କଳା ମହାବଳ ବାଘର ଦେହ ରଙ୍ଗ କଳା ଓ ସୁନେଲି ରଙ୍ଗର ହୋଇଥିବା ବେଳେ ତା ଉପରେ ଗାଢ଼କଳା ପଟା ଗାର ମଧ୍ୟ ଦେଖିବା ପାଇଁ ମିଳୁଛି । ନିର୍ଦ୍ଦିଷ୍ଟ କୌଣସି ଗୁଣସୂତ୍ର ରୂପାନ୍ତରିତ ହୋଇଯିବା ପରେ ମହାବଳ ବାଘ ଦେହରେ କଳା ପଟା ଦାଗ ବଢ଼ିଥାଏ । ଏହି ପ୍ରଜାତିର ମହାବଳ ବାଘକୁ ପ୍ରଥମ ଥର ୨୦୧୭ରେ ଦେଖିବା ପାଇଁ ମିଳିଥିଲା ।

BLACK TIGER
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+