ବିକେ ଶର୍ମାଙ୍କୁ ମୁଦ୍ରଣ ଓ ପ୍ରକାଶନର ନିର୍ଦ୍ଦେଶକ ଭାବେ ବଦଳି
ପୂର୍ବତନ ଡିଜିପି ତଥା ୧୯୮୬ ବ୍ୟାଚ ଆଇପିଏସ୍ ବିକେ ଶର୍ମାଙ୍କୁ ମୁଦ୍ରଣ ଓ ପ୍ରକାଶନର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି ।
ଭୁବନେଶ୍ୱର: ପୂର୍ବତନ ଡିଜିପି ତଥା ୧୯୮୬ ବ୍ୟାଚ ଆଇପିଏସ୍ ବିକେ ଶର୍ମାଙ୍କୁ ମୁଦ୍ରଣ ଓ ପ୍ରକାଶନର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ଗୃହ ବିଭାଗର ଓଏସଡି ଥିଲେ ଶ୍ରୀଯୁକ୍ତ ଶର୍ମା । ସେହିପରି ୨୦୦୩ ବ୍ୟାଚର ଆଇପିଏସ୍ ହିଂମାଶୁ ଲାଲଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି । ହିଂମାଶୁ ଲାଲଙ୍କୁ ଜେଲ୍ ଆଇଜି ଭାବେ ବଦଳି କରାଯାଇଛି ।

ପୂର୍ବରୁ ବିକେ ଶର୍ମା ପୋଲିସ ଡିଜି ଭାବେ ୩ ମାସ ୧୩ ଦିନ କାର୍ଯ୍ୟ କରିଥିଲେ । ସେହି ସମୟରେ ବିକେ ଶର୍ମା ଅଗ୍ନିଶମ ଡିଜି ଦାୟିତ୍ୱରେ ଥିଲେ । 2019 ନଭେମ୍ବର ୨୦ତାରିଖରେ ତାଙ୍କୁ ରାଜ୍ୟ ପୁଲିସ ଡିଜି ପଦରୁ ନାଟକୀୟ ଢଙ୍ଗରେ ବଦଳି କରିଥିଲେ ରାଜ୍ୟ ସରକାର । ତେବେ ଫାୟାର ସାର୍ଟିଫିକେଟରେ ଅନିୟମତା ଅଭିଯୋଗରେ ତାଙ୍କୁ ବଦଳି କରାଯାଇଥିଲା ।












Click it and Unblock the Notifications